ଟାଟା ପ୍ଲେକୁ କିଣିପାରେ ଭାରତୀ ଏୟାରଟେଲ୍ ! କ୍ଷତିରେ ଚାଲୁଛି କମ୍ପାନି
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଡିଟିଏଚ୍ କମ୍ପାନି ଟାଟା ପ୍ଲେକୁ କିଣିପାରେ ଭାରତୀ ଏୟାରଟେଲ୍। ଏନେଇ ଏୟାରଟେଲ, ଟାଟା ଗ୍ରୁପ୍ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ଆଉ ଯଦି ଏହି ଡିଲ୍ ସଫଳ ହେଉଛି ତେବେ, ଡିଟିଏଚ ସେଗମେଣ୍ଟରେ ନିଜର ସ୍ଥିତିକୁ ମଜଭୁତ କରିବା ତଥା ଡିଜିଟାଲ ଟିଭି ବ୍ୟବସାୟକୁ ଆହୁରି ବଢ଼ାଇବାରେ ଏୟାରଟେଲକୁ ବେଶ୍ ସହଜ ହେବ। ଭାରତର ସବୁଠୁ ବଡ଼ ଡିଟିଏଚ୍ କମ୍ପାନି ଟାଟା ପ୍ଲେ ବର୍ତ୍ତମାନ କ୍ଷତିରେ ଚାଲୁଛି । ହେଲେ ଟିୟର ୧ ଏବଂ ଟିୟର ୨ ସହରରେ ଡିଟିଏଚ୍ ସେବା ବଦଳରେ ହୋମ ବ୍ରଡବ୍ୟାଣ୍ଡ ଏବଂ ଓଟିଟିର ଲୋକପ୍ରିୟତା, ଗ୍ରାମାଞ୍ଚଳରେ ଡିଡି ଫ୍ରି ଡିଶ୍ର ବିକଳ୍ପକୁ ବାଛିବା, ଭଳି କାରଣରୁ ଡିଟିଏଚ୍ ମାର୍କେଟରେ ଟାଟା ପ୍ଲେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରିବାକୁ ପଡ଼ୁଛି। କମ୍ପାନିର ଲାଭ ଲଗାତାର କମୁଛି।ତେବେ ଟାଟା ପ୍ଲେକୁ ଅଧିଗ୍ରହଣ କରିବା ଏୟାରଟେଲକୁ ବେଶ୍ ଫାଇଦା ଦେଇପାରେ। କାରଣ ଟାଟା ପ୍ଲେ ନିକଟରେ ରହିଛି ବଡ଼ କଷ୍ଟମର ବେସ୍ । ଆଉ ବର୍ତ୍ତମାନ ଏୟାରଟେଲ ଡିଜିଟାଲ ଟିଭି, ଡିଟିଏଚ ମାର୍କେଟରେ ଦ୍ବିତୀୟ ସବୁଠୁ ବଡ଼ କମ୍ପାନି। ଏମିତିରେ କମ୍ପାନି ଯଦି ଟାଟା ପ୍ଲେକୁ ଅଧିଗ୍ରହଣ କରୁଛି ତେବେ, ଏୟାରଟେଲର ମାର୍କେଟ ସେୟାର ଆହୁରି ବଢ଼ିବ। ଏହି ଡିଲ୍ ଦ୍ବାରା ଏୟାରଟେଲ ଡିଟିଏଚ ଏବଂ ବ୍ରଡବ୍ୟାଣ୍ଡ ସେଗମେଣ୍ଟରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବ। କମ୍ପାନି ନିଜର ବ୍ରଡବ୍ୟାଣ୍ଡ ବ୍ୟବ
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଡିଟିଏଚ୍ କମ୍ପାନି ଟାଟା ପ୍ଲେକୁ କିଣିପାରେ ଭାରତୀ ଏୟାରଟେଲ୍। ଏନେଇ ଏୟାରଟେଲ, ଟାଟା ଗ୍ରୁପ୍ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ଆଉ ଯଦି ଏହି ଡିଲ୍ ସଫଳ ହେଉଛି ତେବେ, ଡିଟିଏଚ ସେଗମେଣ୍ଟରେ ନିଜର ସ୍ଥିତିକୁ ମଜଭୁତ କରିବା ତଥା ଡିଜିଟାଲ ଟିଭି ବ୍ୟବସାୟକୁ ଆହୁରି ବଢ଼ାଇବାରେ ଏୟାରଟେଲକୁ ବେଶ୍ ସହଜ ହେବ।
ଭାରତର ସବୁଠୁ ବଡ଼ ଡିଟିଏଚ୍ କମ୍ପାନି ଟାଟା ପ୍ଲେ ବର୍ତ୍ତମାନ କ୍ଷତିରେ ଚାଲୁଛି । ହେଲେ ଟିୟର ୧ ଏବଂ ଟିୟର ୨ ସହରରେ ଡିଟିଏଚ୍ ସେବା ବଦଳରେ ହୋମ ବ୍ରଡବ୍ୟାଣ୍ଡ ଏବଂ ଓଟିଟିର ଲୋକପ୍ରିୟତା, ଗ୍ରାମାଞ୍ଚଳରେ ଡିଡି ଫ୍ରି ଡିଶ୍ର ବିକଳ୍ପକୁ ବାଛିବା, ଭଳି କାରଣରୁ ଡିଟିଏଚ୍ ମାର୍କେଟରେ ଟାଟା ପ୍ଲେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରିବାକୁ ପଡ଼ୁଛି। କମ୍ପାନିର ଲାଭ ଲଗାତାର କମୁଛି।
ତେବେ ଟାଟା ପ୍ଲେକୁ ଅଧିଗ୍ରହଣ କରିବା ଏୟାରଟେଲକୁ ବେଶ୍ ଫାଇଦା ଦେଇପାରେ। କାରଣ ଟାଟା ପ୍ଲେ ନିକଟରେ ରହିଛି ବଡ଼ କଷ୍ଟମର ବେସ୍ । ଆଉ ବର୍ତ୍ତମାନ ଏୟାରଟେଲ ଡିଜିଟାଲ ଟିଭି, ଡିଟିଏଚ ମାର୍କେଟରେ ଦ୍ବିତୀୟ ସବୁଠୁ ବଡ଼ କମ୍ପାନି। ଏମିତିରେ କମ୍ପାନି ଯଦି ଟାଟା ପ୍ଲେକୁ ଅଧିଗ୍ରହଣ କରୁଛି ତେବେ, ଏୟାରଟେଲର ମାର୍କେଟ ସେୟାର ଆହୁରି ବଢ଼ିବ। ଏହି ଡିଲ୍ ଦ୍ବାରା ଏୟାରଟେଲ ଡିଟିଏଚ ଏବଂ ବ୍ରଡବ୍ୟାଣ୍ଡ ସେଗମେଣ୍ଟରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବ। କମ୍ପାନି ନିଜର ବ୍ରଡବ୍ୟାଣ୍ଡ ବ୍ୟବସାୟକୁ ଟାଟା ପ୍ଲେ ଫାଇବର ମାଧ୍ୟମରେ ଆହୁରି ବଢ଼ାଇବ। ଏହା ସହ ଏୟାରଟେଲ ଗ୍ରାହକଙ୍କୁ ବ୍ରଡବ୍ୟାଣ୍ଡ୍ ଏବଂ ଡିଟିଏଚର ବଣ୍ଡଲ୍ ସର୍ଭିସ ମଧ୍ୟ ଦେଇପାରିବ। ଖାଲି ସେତିକି ନୁହେଁ ଏହି ଡିଲ୍ ଯଦି ସଫଳ ହୁଏ। ଏହି ଡିଲ୍ ଭାରତର ଡିଟିଏଚ ମାର୍କେଟ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇବ। କମ୍ପାନି ଜିଓକୁ କଡ଼ା ଟକ୍କର ଦେବ।
ତେବେ ଡିଲ୍ର ସବିଶେଷ ତଥ୍ୟ ସାମ୍ନାକୁ ଆସିନଥିବାବେଳେ, ଏହି ଅଧିଗ୍ରହଣ ଦୁଇ ବଡ଼ କମ୍ପାନିଙ୍କ ମଧ୍ୟରେ ପ୍ରାୟ ୭ ବର୍ଷ ପରେ ହେଉଛି। ଏହା ପୂର୍ବରୁ ଭାରତୀ, ଟାଟା କନଞ୍ଜ୍ୟୁମର ମୋବିଲିଟି ବ୍ୟବସାୟକୁ ୨୦୧୭ରେ କିଣିଥିଲା। ବର୍ତ୍ତମାନ ଟାଟା ଗ୍ରୁପ୍ରେ ଟାଟା ସନ୍ସ ୭୦% ଏବଂ ୩୦% ସେୟାର ଓ୍ବଲ୍ଟ ଡିଜନୀ ନିକଟରେ ରହିଛି। ଡିଜନୀ ମଧ୍ୟ ଏହି ବ୍ୟବସାୟରୁ ବାହାରିବାକୁ ଯୋଜନା କରୁଛି। ଟାଟା ପ୍ଲେ ପାଖରେ ପ୍ରାୟ ୪,୮୦, ୦୦୦ ଗ୍ରାହକ ଅଛନ୍ତି।