ରୋହୀତ ପୁଣି ରେଢାଖୋଲ ମୁହାଁ,ଦଳ ବଳ ଧରି ଲବି ଆରମ୍ଭ

ସମ୍ବଲପୁର:ରେଢାଖୋଲ ବିଧାୟକ ଇଂ ରୋହୀତ ପୁଝାରୀ ପୁଣି ଥରେ ରେଢାଖୋଲ ମୁହାଁ ହୋଇଛନ୍ତି।ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା କସରତ୍ ରୁ ଓହରି ଯାଇ ରେଢାଖୋଲ ପାଇଁ ଏବେ ଲବି କରିବାକୁ ଦଳ ବଳ ଧରି ଆଜି ନବୀନ ନିବାସରେ ଚାପ ପକାଇବାକୁ ପ୍ରୟାସ କରୁଥିବା ନେଇ ସୂଚନା ମିଳୁଛି। ପ୍ରଣବ ପ୍ରକାଶ ଦାସଙ୍କ ଗତ ସମ୍ବଲପୁର ଗସ୍ତ କାଳରେ ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସ ଗୃହରେ ପ୍ରଣବଙ୍କ ଉପସ୍ଥିତିରେ ଯେଭଳି ଅସ୍ୱାଭାବିକ ପରିସ୍ଥିତି […] The post ରୋହୀତ ପୁଣି ରେଢାଖୋଲ ମୁହାଁ,ଦଳ ବଳ ଧରି ଲବି ଆରମ୍ଭ appeared first on Odisha.News.

ରୋହୀତ ପୁଣି ରେଢାଖୋଲ ମୁହାଁ,ଦଳ ବଳ ଧରି ଲବି ଆରମ୍ଭ

ସମ୍ବଲପୁର:ରେଢାଖୋଲ ବିଧାୟକ ଇଂ ରୋହୀତ ପୁଝାରୀ ପୁଣି ଥରେ ରେଢାଖୋଲ ମୁହାଁ ହୋଇଛନ୍ତି।ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା କସରତ୍ ରୁ ଓହରି ଯାଇ ରେଢାଖୋଲ ପାଇଁ ଏବେ ଲବି କରିବାକୁ ଦଳ ବଳ ଧରି ଆଜି ନବୀନ ନିବାସରେ ଚାପ ପକାଇବାକୁ ପ୍ରୟାସ କରୁଥିବା ନେଇ ସୂଚନା ମିଳୁଛି।
ପ୍ରଣବ ପ୍ରକାଶ ଦାସଙ୍କ ଗତ ସମ୍ବଲପୁର ଗସ୍ତ କାଳରେ ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସ ଗୃହରେ ପ୍ରଣବଙ୍କ ଉପସ୍ଥିତିରେ ଯେଭଳି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ମ୍ରିୟମାଣ ହୋଇ ପୁଣି ଥରେ ରେଢାଖୋଲ ମୁହାଁ ହୋଇଥିବା ନେଇ ଆଜି ଚର୍ଚା ଯୋର ଧରିଛି।ରେଢାଖୋଲକୁ ନିଜର ଏକ ସୁରକ୍ଷିତ ଆସନ ବୋଲି ଚିନ୍ତା କରି ରେଢାଖୋଲ ଅକ୍ତିଆର ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ଓ ଏଥିପାଇ ରେଢାଖୋଲ ନିର୍ବାଚନ ମଣ୍ଡଳୀର ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରୁ କିଛି ସମର୍ଥକଙ୍କ ସହ ଭୁବନେଶ୍ବର ଠାରେ ଡେରା ପକାଇଥିବା ନେଇ ଖବର ମିଳୁଛି।
ଅନ୍ୟପଟେ ରେଢାଖୋଲର ପୁର୍ବତନ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଗ୍ରୀନ ସିଙ୍ଗନାଲ ମିଲିଥିଲା।କିନ୍ତୁ ତାଙ୍କ ଆକସ୍ମିକ ଦୁର୍ଘଟନା କାରଣରୁ ଶୀର୍ଷ ନେତା ତାଙ୍କ ସୁସ୍ଥତା ପାଇଁ ବିଶ୍ରାମର ଆବଶ୍ୟକତାକୁ ଗୁରୁତ୍ୱ ଦେଉଛନ୍ତି।ଏପରିକି ଏଠାରୁ ସଞ୍ଜିତ ମହାନ୍ତିଙ୍କୁ ମଧ୍ୟ ଗ୍ରିନ ସିଙ୍ଗନାଲ ମିଳିଥିବା କୁହାଯାଉଥିବା ବେଳ ଆଞ୍ଚଳିକ ସ୍ଥାନୀୟ ପ୍ରାଥିତ୍ୱ ନେଇ ବର୍ତ୍ତମାନ ଦାବି ତୀବ୍ର ହେବାକୁ ଲାଗିଲାଣି।ଦଳ ଯଦି ସ୍ଥାନୀୟ ନେତା ଓ କର୍ମୀଙ୍କ କଥାକୁ ଦଳ ଗୁରୁତ୍ୱ ନଦେଇ ପୂର୍ବ ପରି ବାହ୍ୟ ପ୍ରାର୍ଥୀ ଲଦି ଦିଏ ତେବେ ପରିସ୍ଥିତି ଜଟିଲ ହେବା ଆଶଙ୍କା ଦେଖାଦେବା ସମ୍ଭାବନା ଉଠୁଛି।ରେଢାଖୋଲରେ ପ୍ରଣବଙ୍କ ଗସ୍ତ କାଳରେ ୨ ଦିନ ତଳେ ସ୍ଥାନୀୟ ପ୍ରାର୍ଥୀ ନେତା କର୍ମି ଓ ଜନତା ଏକ ହୋଇ ରେଢାଖୋଲ ନିର୍ବାଚନ ମଣ୍ଡଳୀରୁହିଁ ଜଣଙ୍କୁ ପ୍ରାର୍ଥୀ କରିବା ନେଇ ସ୍ୱରକୁ ଶାଣିତ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ତେବେ ଆଜି ଏ ବିଷୟରେ ଆଲୋଚନା ହେବାକୁ ଥିବା ବେଳେ ଜଣେ ସ୍ଥାନୀୟ ପ୍ରାର୍ଥୀକୁ ନେଇ ମଧ୍ୟ ଶୀର୍ଷ ସ୍ତରରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ ଯେଉଁ ଦଳ ସ୍ଥାନୀୟ ପ୍ରାର୍ଥୀ ଦେବ ଭୋଟର ସେମାନଙ୍କ ସପକ୍ଷରେ ଯିବା ବିଶ୍ୱାସ କରାଯାଉଛି। ପାର୍ଟି ଠାରୁ ମାଟି ବଡ ଡାକରା ଦେଇ କେତେକ ନେତୃ ସ୍ଥାନୀୟ ଏକତ୍ରିତ ହୋଇଛନ୍ତି। ଦଳ ବାହାର ପ୍ରାର୍ଥୀଙ୍କୁ କୌଣସି କାରଣ ଦର୍ଶାଇ ଯଦି ଲଦି ଦିଅନ୍ତି ଏକ ମିଳିତ ସ୍ୱାଧିନ ପ୍ରାର୍ଥୀ ଦେଇ ରେଢାଖୋଲ ବାସୀ ନିଜର ସ୍ୱାଭିମାନ ରକ୍ଷା ଦିଗରେ ଦି’ପାଦ ଆଗେଇବେ ବୋଲି ବର୍ତ୍ତମାନକୁ ଯୋରସୋର୍ ଚର୍ଚା ଧରିଛି।ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ନଥିବାରୁ ନେତା ଓ କର୍ମୀ ମହଳରେ ଟଣା ଓଟରା ଲାଗିରହିଛି।ତେବେ ସମ୍ବଲପୁର ଲୋକସଭା ଆସନରେ ମୁଖ୍ୟ ୨ ଦଳର ୨ ଟାଣୁଆ ଅବତୀର୍ଣ୍ଣ ହୋଇଥିବାରୁ ବିଜେପି ଓ ବିଜେଡି ମଧ୍ୟରେ ବିଗ୍ ଫାଇଟ ହେବାର ସମ୍ଭାବନା ଭିତରେ ସ୍ଥାନୀୟ ପ୍ରାର୍ଥୀ ବଡ ଏକ ଇସୁ ହୋଇ ଏବେ ଛିଡା ହୋଇଛି।

The post ରୋହୀତ ପୁଣି ରେଢାଖୋଲ ମୁହାଁ,ଦଳ ବଳ ଧରି ଲବି ଆରମ୍ଭ appeared first on Odisha.News.