ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ

ସମ୍ବଲପୁର: ସବୁଜ ବୃକ୍ଷରାଜି ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ | ପଚିଶ ବର୍ଷ ତଳେ ସର୍ବ ପ୍ରଥମେ ବୁଢ଼ାରଜା ଜଙ୍ଗଲରେ ବନ ସଂରକ୍ଷଣ ସମିତି ପକ୍ଷରୁ ବୃକ୍ଷମାନଙ୍କୁ ରାକ୍ଷୀବାନ୍ଧି ଓ ପୂଜାର୍ଚ୍ଚନା କରି ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଚଳିତ ବର୍ଷ ଏହାର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି | ଆଜି ପୂର୍ବାହ୍ନରେ ବୁଢ଼ାରଜା ଜଙ୍ଗଲ ପାଦଦେଶରେ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଓ […] The post ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ appeared first on Odisha.News.

ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ

ସମ୍ବଲପୁର: ସବୁଜ ବୃକ୍ଷରାଜି ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ | ପଚିଶ ବର୍ଷ ତଳେ ସର୍ବ ପ୍ରଥମେ ବୁଢ଼ାରଜା ଜଙ୍ଗଲରେ ବନ ସଂରକ୍ଷଣ ସମିତି ପକ୍ଷରୁ ବୃକ୍ଷମାନଙ୍କୁ ରାକ୍ଷୀବାନ୍ଧି ଓ ପୂଜାର୍ଚ୍ଚନା କରି ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଚଳିତ ବର୍ଷ ଏହାର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି |
ଆଜି ପୂର୍ବାହ୍ନରେ ବୁଢ଼ାରଜା ଜଙ୍ଗଲ ପାଦଦେଶରେ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଓ ସଭ୍ୟସଭ୍ୟା ବୃନ୍ଦ, ରାମକଲିଦେବୀ ଟ୍ରଷ୍ଟ ଜୁନିୟର କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ, ସହରର ପରିବେଶପ୍ରେମୀ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଶତାଧିକ ସଂଖ୍ୟାରେ ସମବେତ ହୋଇ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ସହ ବୃକ୍ଷ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ |
“ଗଛ ଆମର ଭାଇ, ଗଛ ମାନଙ୍କୁ କାଟିବ ନାହିଁ / ବୃକ୍ଷ ହିଁ ଜୀବନ / ବୃକ୍ଷ ଆମର ବନ୍ଧୁ / ଗଛ ବଞ୍ଚିଲେ ଆମେ ବଞ୍ଚିବା / ପରିବେଶ ସୁରକ୍ଷା ଜୀବନ ରକ୍ଷା ଆଦି ସ୍ଲୋଗାନର ଧ୍ଵନିରେ ବୁଢ଼ାରଜା ଜଙ୍ଗଲର ଗଗନ ପବନ ମୁଖରିତ ହୋଇ ଉଠିଥିଲା |
ସମିତିର ସଭାପତି ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ଷାବନ୍ଧନ ଉତ୍ସବରେ ପୂର୍ବତନ ଜଙ୍ଗଲ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ବେହେରା ମୁଖ୍ୟଅତିଥି ଭାବରେ ଓ ବିଶିଷ୍ଟ ପରିବେଶବିଦ୍ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟବକ୍ତା ଭାବରେ ଏବଂ ଚାଷୀନେତା ଶ୍ରୀଯୁକ୍ତ ରାମ ସାଗର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ | ସମିତିର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ନାରାୟଣ ଚକ୍ରବର୍ତ୍ତୀ ପୁଷ୍ପ ସିନ୍ଦୁର ଧୂପ ଦୀପ ଦ୍ୱାରା ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ପରେ ଏବଂ ସମସ୍ତଙ୍କ ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ ପରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନ କରାଯାଇଥିଲା |
ଏହି ନିଆରା ରକ୍ଷାବନ୍ଧନ ଉତ୍ସବରେ ଶ୍ରୀମତୀ ଭାରତୀ ପଣ୍ଡା, ପ୍ରେମଶିଳା ନାୟକ ଫୁଲକୀ ଜାଲ, ପାର୍ବତୀ ଧନୁୱାର, ମିନତୀ ପଟ୍ଟନାୟକ, ମିନାକ୍ଷୀ ଲେଙ୍କା, କିଶୋର ଛତର, ଦୟାନିଧି ଲାକ୍ରା, ଧୀରେନ୍ଦ୍ର ଧନୁୱାର, ତ୍ରିବିକ୍ରମ ପୋଢ଼ ପ୍ରମୁଖ ଶତାଧିକ ପରିବେଶପ୍ରେମୀ ଯୋଗଦାନ କରିଥିଲେ | ଶ୍ରୀମତୀ ପ୍ରେମଶୀଳା ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ବୁଢ଼ାରଜା ପାହାଡ଼ରେ ବୃକ୍ଷଚାରା ରୋପଣ କରାଯାଇଥିଲା

The post ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ appeared first on Odisha.News.