ଓଢ଼ଣୀ ଲଗାଇ ଗଛରେ ଝୁଲିପଡ଼ିଲେ ଯୁବତୀ
କୋକସରା,୩୦ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟରୁ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ସାହାଜଖୋଲ ଜଙ୍ଗଲର ଗିରଳିମାଲ ନିକଟରେ ଥିବା ଚାଷଜମିରେ ଥିବା କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଯୁବତୀ ଜଣକ ହେଉଛନ୍ତି କୁଟୁରୁ ଗ୍ରାମର ସୁବର୍ଣ୍ଣି ଦୁର୍ଗା(୧୮)। ସେ ମାସେ ତଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ ଟେମରା ଗ୍ରାମର ଯୁବକ ଦଳାଚନ୍ଦ୍ର ହରିଜନଙ୍କୁ ପ୍ରେମ କରି ଘର ଛାଡ଼ି ଚାଲି […] The post ଓଢ଼ଣୀ ଲଗାଇ ଗଛରେ ଝୁଲିପଡ଼ିଲେ ଯୁବତୀ appeared first on Dharitri Odia News.
କୋକସରା,୩୦ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟରୁ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ସାହାଜଖୋଲ ଜଙ୍ଗଲର ଗିରଳିମାଲ ନିକଟରେ ଥିବା ଚାଷଜମିରେ ଥିବା କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଯୁବତୀ ଜଣକ ହେଉଛନ୍ତି କୁଟୁରୁ ଗ୍ରାମର ସୁବର୍ଣ୍ଣି ଦୁର୍ଗା(୧୮)। ସେ ମାସେ ତଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ ଟେମରା ଗ୍ରାମର ଯୁବକ ଦଳାଚନ୍ଦ୍ର ହରିଜନଙ୍କୁ ପ୍ରେମ କରି ଘର ଛାଡ଼ି ଚାଲି ଯାଇଥିଲେ। ତେବେ ଗତ କିଛିଦିନ ତଳେ ଯୁବକ କୁଟୁରୁ ଗାଁକୁ ଆଣି ସୁବର୍ଣ୍ଣିଙ୍କୁ ତାଙ୍କ ମା’ଙ୍କ ଘରେ ଛାଡ଼ି ଯାଇଥିଲେ। ତେବେ ଶୁକ୍ରବାର ସୁବର୍ଣ୍ଣି ମହୁଲ ଗୋଟାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ଗାଈ ଚରାଇବାକୁ ଯାଇଥିବା କିଛିଲୋକ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାରକୁ ଜଣାଇଥିଲେ। ପରିବାର ଏନେଇ ଆମପାଣି ପୋଲିସକୁ ଖବର ଦେବାପରେ ଶନିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ଓ ଏନେଇ ଏକ ଅପମୃତ୍ୟୁ ମାମଲା ଆମପାଣି ଥାନା କେସ୍ ନମ୍ବର ୨/୨୪ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପ୍ରେମରାଜ କହର ସୂଚନା ଦେଇଛନ୍ତି।
The post ଓଢ଼ଣୀ ଲଗାଇ ଗଛରେ ଝୁଲିପଡ଼ିଲେ ଯୁବତୀ appeared first on Dharitri Odia News.