ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୭: ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ ବରଂ ସମ୍ଭାବନାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ। କ୍ରିକେଟ ପିଚରେ କେବଳ ଭଲ ପ୍ରଦର୍ଶନ କରିବା ପର୍ଯ୍ୟାପ୍ତ ନୁହେଁ। ଅଧିନାୟକଙ୍କ ପସନ୍ଦ ଉପରେ ନିର୍ଭର କରେ। ଧୋନୀ ଏବଂ କୋହଲିଙକ୍କ ଯୋଗୁ ମୋ କ୍ୟାରିୟର ବରବାଦ […] The post ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌ appeared first on Dharitri Odia News.

ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୭: ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ ବରଂ ସମ୍ଭାବନାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ। କ୍ରିକେଟ ପିଚରେ କେବଳ ଭଲ ପ୍ରଦର୍ଶନ କରିବା ପର୍ଯ୍ୟାପ୍ତ ନୁହେଁ। ଅଧିନାୟକଙ୍କ ପସନ୍ଦ ଉପରେ ନିର୍ଭର କରେ। ଧୋନୀ ଏବଂ କୋହଲିଙକ୍କ ଯୋଗୁ ମୋ କ୍ୟାରିୟର ବରବାଦ ହୋଇଯାଇଛି ବୋଲି ସେ କହିଛନ୍ତି।
ଅମିତ କହିଛନ୍ତି, ଏମଏସ ଧୋନୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା, କିନ୍ତୁ ଦଳରେ ମୋତେ ମନୋନୀତ କରାଯାଉ ନ ଥିଲା। ମୁଁ ଦୁଇଥର ପଚାରିଲି ମୋତେ କାହିଁକି ମନୋନୀତ କରାଯାଉ ନାହିଁ, ମୋତେ କୁହାଗଲା ଯେ ମୋତେ ବିଶ୍ରାମ ଦିଆଯିବ। ସେ ପର୍ଯ୍ୟନ୍ତ ମୁଁ ବିରତି ପାଇଁ ମଧ୍ୟ ଅନୁରୋଧ କରି ନ ଥିଲି। ତେଣୁ ମୁଁ ବିରତି ମାଗିବାର କୌଣସି କାରଣ ପାଇ ନ ଥିଲି। ସତ କହିବାକୁ ଗଲେ ମୁଁ ଧୋନିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସ୍ଥିତିରେ ନ ଥିଲି। ମୁଁ କୋଚଙ୍କୁ ପଚାରିଥିଲି, ଯିଏ ମୋତେ ଧୋନୀଙ୍କ ସହ ସିଧାସଳଖ କଥା ହେବାକୁ କହିଥିଲେ, କିନ୍ତୁ ମୁଁ ଅନୁଭବ କଲି ଯେ ମୁଁ ଏହା କରିପାରିବି ନାହିଁ।
ଏହା ବ୍ୟତୀତ ଅମିତ ମିଶ୍ର ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କହିଛନ୍ତି, ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁଁ ମୋର କ୍ୟାରିୟର ଆଶା ବିଷୟରେ ଦଳ ପରିଚାଳନା ଠାରୁ ସ୍ପଷ୍ଟୀକରଣ ମାଗିଥିଲି। ସେମାନେ ଏହା ବିଚାର କରିବେ ଏବଂ ମୋତେ ବିରାଟ କୋହଲିଙ୍କୁ ପରାମର୍ଶ ନେବାକୁ କୁହାଯାଇଥିଲା। କୋହଲିଙ୍କୁ ଏନେଇ ମେସେଜ ମଧ୍ୟ କରିଥିଲି, କିନ୍ତୁ ସେ କେବଳ ମେସେଜ ପଢି କହିଥିଲେ ଯେ ସେ ମୋ ସହ ଯୋଗାଯୋଗ କରିବେ, ଯାହା ସେ କେବେ କରିନାହାଁନ୍ତି।
ଅମିତ ମିଶ୍ର ୨୨ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୭୬ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଏଥି ସହିତ ମିଶ୍ର ୩୬ଟି ଦିନିକିଆ ମ୍ୟାଚରେ ୬୪ ଉଇିକେଟ ନେବାରେ ସଫଳ ହୋଇଛନ୍ତି। ଏଥି ସହ ଅମିତ ମିଶ୍ର ୧୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୬ଟି ଉଇକେଟ ନେଇଛନ୍ତି।

The post ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌ appeared first on Dharitri Odia News.