ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’
ଓ୍ବାଶିଂଟନ,୨୫।୨: ଦୁର୍ବଳ ସ୍ମୃତିଶକ୍ତି ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। ଏବେ ପୁଣି ଥରେ ଜୋ ବାଇଡେନ ଏକ ଭୁଲ କରିଛନ୍ତି । ଘଟଣାହେଲା ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ରୁଷିଆର ରାଷ୍ଟ୍ରପତି ବୋଲି କହିଥିଲେ। ହ୍ବାଇଟ ହାଉସରେ ନ୍ୟାସନାଲ ଗଭର୍ନର୍ସ ଆସୋସିଏସନର ବାର୍ଷିକ କାର୍ଯ୍ୟକ୍ରମ ସମୟରେ ଜୋ ବାଇଡେନ ଜିନପିଙ୍ଗଙ୍କୁ ରୁଷିଆର ରାଷ୍ଟ୍ରପତି ଘୋଷଣା କରିଥିଲେ। ତେବେ ସେ ତୁରନ୍ତ […] The post ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’ appeared first on Dharitri Odia News.
ଓ୍ବାଶିଂଟନ,୨୫।୨: ଦୁର୍ବଳ ସ୍ମୃତିଶକ୍ତି ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। ଏବେ ପୁଣି ଥରେ ଜୋ ବାଇଡେନ ଏକ ଭୁଲ କରିଛନ୍ତି । ଘଟଣାହେଲା ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ରୁଷିଆର ରାଷ୍ଟ୍ରପତି ବୋଲି କହିଥିଲେ।
ହ୍ବାଇଟ ହାଉସରେ ନ୍ୟାସନାଲ ଗଭର୍ନର୍ସ ଆସୋସିଏସନର ବାର୍ଷିକ କାର୍ଯ୍ୟକ୍ରମ ସମୟରେ ଜୋ ବାଇଡେନ ଜିନପିଙ୍ଗଙ୍କୁ ରୁଷିଆର ରାଷ୍ଟ୍ରପତି ଘୋଷଣା କରିଥିଲେ। ତେବେ ସେ ତୁରନ୍ତ ନିଜକୁ ସଂଶୋଧନ କରି ଜିନପିଙ୍ଗଙ୍କୁ ଚାଇନାର ରାଷ୍ଟ୍ରପତି ବୋଲି କହିଥିଲେ। ଏକ ପୁରାତନ ଶେୟାର କରି ବାଇଡେନ କହିଛନ୍ତି ଯେ ସେ (ବାରାକ ଓବାମା) ଚାହୁଁଥିଲେ ମୁଁ ସି ଜିନପିଙ୍ଗଙ୍କ ବିଷୟରେ ସୂଚନା ହାସଲ କରେ କାରଣ ଏହା ସ୍ପଷ୍ଟ ଯେ ସେ (ଜିନପିଙ୍ଗ) ଚାଇନା ନୁହେଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସେତେବେଳେ ରୁଷିଆ ସହିତ ଆମର ସମ୍ପର୍କ ଭଲ ନ ଥିଲା, ତେଣୁ ଓବାମା ଚାହୁଁଥିଲେ ଯେ ମୁଁ ସେମାନଙ୍କ ବିଷୟରେ ସୂଚନା ପାଇବି। ମୁଁ ତାଙ୍କ ସହିତ ଦେଶ ଏବଂ ଚାଇନାରେ ପ୍ରାୟ ୧୭ ହଜାର ମାଇଲ ଯାତ୍ରା କରିଥିଲି। ତିବ୍ଦତରେ ସେ (ଜିନପିଙ୍ଗ) ମୋତେ ପଚାରିଲେ, ତୁମେ ମୋତେ ଆମେରିକା ବୁଝାଇ ପାରିବ କି।
The post ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’ appeared first on Dharitri Odia News.