ଖାଲିପଡ଼ିଥିବା ଆର୍.ଆଇ, ଏ.ଆର୍.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ
ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ଆଜି ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କ୍ଷମତାସଂପନ୍ନ କମିଟିର ଅନୁମୋଦନ ଅନୁଯାୟୀ ଖାଲିପଡ଼ିଥିବା ୭ଶହ ଅଣାନବେଟି ରାଜସ୍ୱ ନିରୀକ୍ଷକ, ୧ହଜାର ୩୮୫ଟି ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ୧ ହଜାର ୧୬୯ ଅମିନ ପଦବୀ ପୂରଣ କରାଯିବ। ପ୍ରତ୍ୟକ୍ଷ […] The post ଖାଲିପଡ଼ିଥିବା ଆର୍.ଆଇ, ଏ.ଆର୍.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ଆଜି ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କ୍ଷମତାସଂପନ୍ନ କମିଟିର ଅନୁମୋଦନ ଅନୁଯାୟୀ ଖାଲିପଡ଼ିଥିବା ୭ଶହ ଅଣାନବେଟି ରାଜସ୍ୱ ନିରୀକ୍ଷକ, ୧ହଜାର ୩୮୫ଟି ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ୧ ହଜାର ୧୬୯ ଅମିନ ପଦବୀ ପୂରଣ କରାଯିବ।
ପ୍ରତ୍ୟକ୍ଷ ଚୟନ ପ୍ରକ୍ରିୟା ଭିତ୍ତିରେ ଏହି ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ରାଜ୍ୟରେ ମୋଟ୍ ୩ ହଜାର ୫୪୬ଟି ମଂଜୁରୀପ୍ରାପ୍ତ ରାଜସ୍ୱ ନିରୀକ୍ଷକ ପଦବୀ ମଧ୍ୟରୁ ୯୮୮ ଟି ଖାଲିପଡ଼ିଛି। ସେହିଭଳି ୩ ହଜାର ୭୩ଟି ମଂଜୁରୀପ୍ରାପ୍ତ ସହକାରୀ ରାଜସ୍ୱ ନିରୀକ୍ଷକ ପଦବୀ ମଧ୍ୟରୁ ୧ ହଜାର ୭୩୩ଟି ଏବଂ ୨ ହଜାର ୭୬୭ଟି ଅମିନ ପଦବୀ ମଧ୍ୟରୁ ୧ହଜାର ୫୪୭ଟି ଖାଲି ପଡ଼ିଛି।
ରାଜ୍ୟରେ ୩୧୭ଟି ତହସିଲ ଥିବା ବେଳେ ୫ଟି ତହସିଲଦାର ଏବଂ ୨୧୭ଟି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଖାଲି ପଡ଼ିଥିବା ଏହି ପଦବୀ ଗୁଡ଼ିକୁ ପୂରଣ କରିବା ପାଇଁ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ୪ଟି ରାଜସ୍ୱ ନିରୀକ୍ଷକ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି। ଜୟପୁର ଠାରେ ଆଉ ଏକ ତାଲିମ କେନ୍ଦ୍ର ଖୁବ୍ ଶୀଘ୍ର ସ୍ଥାପନ କରାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ରାଜସ୍ୱ ନିରୀକ୍ଷକ ତାଲିମ କେନ୍ଦ୍ର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।
The post ଖାଲିପଡ଼ିଥିବା ଆର୍.ଆଇ, ଏ.ଆର୍.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ appeared first on Dharitri Odia News.