ISISରେ ସାମିଲ୍ ହେବାକୁ ଯାଉଥିଲା ଛାତ୍ର, ପ୍ଲାନ ଫେଲ୍ କଲା ଆସାମ ପୋଲିସ୍

ନୂଆଦିଲ୍ଲୀ ୨୪।୦୩: ଆସାମ ପୋଲିସ ଆଇଆଇଟି-ଗୁଆହାଟିର ଜଣେ ଛାତ୍ରଙ୍କୁ ଅଟକ ରଖିଛି। ଅଭିଯୋଗ ହେଉଛି ଯେ ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗଦେବାକୁ ଯାଉଛନ୍ତି। ଶନିବାର ସନ୍ଧ୍ୟାରେ ଆସାମର ହାଜୋରେ ତାଙ୍କୁ ଅଟକ ରଖାଯାଇଥିଲା। ISIS ଇଣ୍ଡିଆର ମୁଖ୍ୟ ହାରିସ୍ ଫାରୁକି ତଥା ହରିଶ ଅଜମଲ ଫାରୁକି ଏବଂ ତାଙ୍କ ସହଯୋଗୀ ଅନୁରାଗ ସିଂ (ରେହାନ)ଙ୍କୁ ଧୁବ୍ରି ଜିଲ୍ଲାରେ ଗିରଫ ହେବାର ଚାରି ଦିନ ପରେ ଛାତ୍ର ଜଣକ ଧରାପଡିଥିଲେ।ସୂଚନାନୁସାରେ, ଗିରଫ ଛାତ୍ର ଜଣକ ମୂଳତଃ ଦିଲ୍ଲୀର। ପୋଲିସ ମହାନିର୍ଦ୍ଦେଶକ ଜିପି ସିଂ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଛାତ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା ଚାଲିଛି। ଅନୁସନ୍ଧାନ ପରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇମେଲ ପାଇବା ପରେ ଛାତ୍ରଙ୍କ ତଦନ୍ତ ଆରମ୍ଭ ହୋଇଥିବା ନେଇ ପୋଲିସ କହିଛି। ଏହି ଇମେଲ୍ ଛାତ୍ରଙ୍କ ଦ୍ଵାରା ପଠାଯାଇଥିଲା । ଯେଉଁଥିରେ ସେ କହିଥିଲେ ଯେ ସେ ଆଇଏସ୍ଆଇଏସ୍ ରେ ଯୋଗଦେବାକୁ ଯାଉଛନ୍ତି।ନିଖୋଜ ଥିଲେ ଛାତ୍ରଇ-ମେଲ ପାଇବା ପରେ ତୁରନ୍ତ ପୋଲିସ ଆଇଆଇଟି-ଗୁଆହାଟି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲା। ସେ ପୋଲିସକୁ କହିଛନ୍ତି ଯେ ଏହି ଛାତ୍ର ଅପରାହ୍ନରୁ ନିଖୋଜ ଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁଆହାଟି ଠାରୁ ୩୦ କିଲୋମିଟର ଦୂରରେ ଥିବା ହାଜୋ ଅଞ୍ଚଳରୁ ଧରାଯାଇଥିଲା।ହ

ISISରେ ସାମିଲ୍ ହେବାକୁ ଯାଉଥିଲା ଛାତ୍ର, ପ୍ଲାନ ଫେଲ୍ କଲା ଆସାମ ପୋଲିସ୍

ନୂଆଦିଲ୍ଲୀ ୨୪।୦୩: ଆସାମ ପୋଲିସ ଆଇଆଇଟି-ଗୁଆହାଟିର ଜଣେ ଛାତ୍ରଙ୍କୁ ଅଟକ ରଖିଛି। ଅଭିଯୋଗ ହେଉଛି ଯେ ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗଦେବାକୁ ଯାଉଛନ୍ତି। ଶନିବାର ସନ୍ଧ୍ୟାରେ ଆସାମର ହାଜୋରେ ତାଙ୍କୁ ଅଟକ ରଖାଯାଇଥିଲା। ISIS ଇଣ୍ଡିଆର ମୁଖ୍ୟ ହାରିସ୍ ଫାରୁକି ତଥା ହରିଶ ଅଜମଲ ଫାରୁକି ଏବଂ ତାଙ୍କ ସହଯୋଗୀ ଅନୁରାଗ ସିଂ (ରେହାନ)ଙ୍କୁ ଧୁବ୍ରି ଜିଲ୍ଲାରେ ଗିରଫ ହେବାର ଚାରି ଦିନ ପରେ ଛାତ୍ର ଜଣକ ଧରାପଡିଥିଲେ।

ସୂଚନାନୁସାରେ, ଗିରଫ ଛାତ୍ର ଜଣକ ମୂଳତଃ ଦିଲ୍ଲୀର। ପୋଲିସ ମହାନିର୍ଦ୍ଦେଶକ ଜିପି ସିଂ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଛାତ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା ଚାଲିଛି। ଅନୁସନ୍ଧାନ ପରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇମେଲ ପାଇବା ପରେ ଛାତ୍ରଙ୍କ ତଦନ୍ତ ଆରମ୍ଭ ହୋଇଥିବା ନେଇ ପୋଲିସ କହିଛି। ଏହି ଇମେଲ୍ ଛାତ୍ରଙ୍କ ଦ୍ଵାରା ପଠାଯାଇଥିଲା । ଯେଉଁଥିରେ ସେ କହିଥିଲେ ଯେ ସେ ଆଇଏସ୍ଆଇଏସ୍ ରେ ଯୋଗଦେବାକୁ ଯାଉଛନ୍ତି।

ନିଖୋଜ ଥିଲେ ଛାତ୍ର

ଇ-ମେଲ ପାଇବା ପରେ ତୁରନ୍ତ ପୋଲିସ ଆଇଆଇଟି-ଗୁଆହାଟି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲା। ସେ ପୋଲିସକୁ କହିଛନ୍ତି ଯେ ଏହି ଛାତ୍ର ଅପରାହ୍ନରୁ ନିଖୋଜ ଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁଆହାଟି ଠାରୁ ୩୦ କିଲୋମିଟର ଦୂରରେ ଥିବା ହାଜୋ ଅଞ୍ଚଳରୁ ଧରାଯାଇଥିଲା।

ହଷ୍ଟେଲ ରୁମରେ ISISର କଳା ପତାକା ଦେଖିବାକୁ ମିଳିଥିଲା

 ପ୍ରାରମ୍ଭିକ ପଚରାଉଚରା ପରେ ତାଙ୍କୁ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି। ଇ-ମେଲର ଉଦ୍ଦେଶ୍ୟ ପୋଲିସ ତଦନ୍ତ କରୁଛି। ଛାତ୍ରଙ୍କ ହଷ୍ଟେଲ ରୁମରେ 'ଆଇଏସଆଇଏସ ଭଳି' ଏକ କଳା ପତାକା ଦେଖିବାକୁ ମିଳିଛି। ନିଷିଦ୍ଧ ସଂଗଠନ ଗୁଡ଼ିକ ସହିତ କାରବାର କରୁଥିବା ସ୍ୱତନ୍ତ୍ର ଏଜେନ୍ସିମାନଙ୍କୁ ଯାଞ୍ଚ ପାଇଁ ପତାକା ପଠାଯାଇଛି। ଛାତ୍ରଙ୍କ ନିକଟରୁ ଅନ୍ୟ କିଛି ଜିନିଷ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସବୁକିଛିର ଅନୁସନ୍ଧାନ କରାଯାଉଛି।