ଭାରତ ହାତ ମୁଠାରେ ଚେନ୍ନାଇ ଟେଷ୍ଟ, ତୃତୀୟ ଦିନରେ ପନ୍ତ-ଗିଲ୍ ଓ ଅଶ୍ଵିନଙ୍କ ଜଲଓ୍ଵା
ଚେନ୍ନାଇ: ଭାରତ ହାତମୁଠାରେ ଚେନ୍ନାଇ ଟେଷ୍ଟ।ଦ୍ଵିତୀୟ ଇନିଂସରେ ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୫୧୫ ରନର ବିଜୟ ଲକ୍ଷ୍ୟ ଦେଇଛି। ଜବାବରେ ବାଂଲାଦେଶ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ଭାରତକୁ ଜିତିବା ପାଇଁ ୬ ଓ୍ଵିକେଟ୍ ଦରକାର ଥିବା ବେଳେ ବାଂଲାଦେଶକୁ ଆବଶ୍ୟକ ୩୫୭ ରନ। ମ୍ୟାଚ୍ ଆହୁରି ଦୁଇ ଦିନ ବାକିଥିବା ବେଳେ ଭାରତର ବିଜୟ ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। କ୍ରିଜରେ ଭ୍ରମଣକାରୀ ଦଳର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୫୧ ରନ ଓ ଶାକିବ ଅଲ ହସନ ୫ ରନ କରି ଅପରାଜିତ ଅଛନ୍ତି। ଦ୍ଵିତୀୟ ଇନିଂସରେ ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।ଦ୍ଵିତୀୟ ଇନିଂସରେ ୫୧୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ଦୁଇ ଓପନର ଜାକିର ହସନ ଓ ଶାଦମନ ଇସ୍ଲାମ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ଓ୍ଵିକେଟ୍ରେ ୬୨ ରନ ଯୋଡ଼ିଥିଲେ। ଜାକିର ହସନ(୩୩ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଗୋଟିଏ ପଟେକ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ଆଉ ୩ଟି ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ରହିଛି। ଶାଦମନ ଇସଲାମ(୩୫), ମୋନିମୁଲ ହକ୍(୧୩) ଓ ମୁସଫିକର ରହିମ(୧୩)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଅଶ୍ଵିନ। ଅଧିନାୟକ ସାଣ୍ଟେ
ଚେନ୍ନାଇ: ଭାରତ ହାତମୁଠାରେ ଚେନ୍ନାଇ ଟେଷ୍ଟ।ଦ୍ଵିତୀୟ ଇନିଂସରେ ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୫୧୫ ରନର ବିଜୟ ଲକ୍ଷ୍ୟ ଦେଇଛି। ଜବାବରେ ବାଂଲାଦେଶ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ଭାରତକୁ ଜିତିବା ପାଇଁ ୬ ଓ୍ଵିକେଟ୍ ଦରକାର ଥିବା ବେଳେ ବାଂଲାଦେଶକୁ ଆବଶ୍ୟକ ୩୫୭ ରନ। ମ୍ୟାଚ୍ ଆହୁରି ଦୁଇ ଦିନ ବାକିଥିବା ବେଳେ ଭାରତର ବିଜୟ ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। କ୍ରିଜରେ ଭ୍ରମଣକାରୀ ଦଳର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୫୧ ରନ ଓ ଶାକିବ ଅଲ ହସନ ୫ ରନ କରି ଅପରାଜିତ ଅଛନ୍ତି। ଦ୍ଵିତୀୟ ଇନିଂସରେ ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ଦ୍ଵିତୀୟ ଇନିଂସରେ ୫୧୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ଦୁଇ ଓପନର ଜାକିର ହସନ ଓ ଶାଦମନ ଇସ୍ଲାମ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ଓ୍ଵିକେଟ୍ରେ ୬୨ ରନ ଯୋଡ଼ିଥିଲେ। ଜାକିର ହସନ(୩୩ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଗୋଟିଏ ପଟେକ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ଆଉ ୩ଟି ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ରହିଛି। ଶାଦମନ ଇସଲାମ(୩୫), ମୋନିମୁଲ ହକ୍(୧୩) ଓ ମୁସଫିକର ରହିମ(୧୩)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଅଶ୍ଵିନ। ଅଧିନାୟକ ସାଣ୍ଟୋ ଅର୍ଦ୍ଧଶତକ ହାସଲ କରି ୫୧ ରନ କରି କ୍ରିଜରେ ଅଛନ୍ତି। ଅଭିଜ୍ଞ ଶାକିବ ଅଲ ହସନ ୫ ରନ ଅପରାଜିତ ଅଛନ୍ତି।
ଏହା ପୂର୍ବରୁ ଆଜି ଭାରତ ଦ୍ଵିତୀୟ ଇନିଂସରେ ୨୮୭/୪ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଦ୍ଵିତୀୟ ଦିନରେ ଅପରାଜିତ ଶୁଭମନ ଗି୍ଲ ଓ ଋଷଭ ପନ୍ତ ତୃତୀୟ ଦିନରେ ଦମଦାର ବ୍ୟାଟିଂ କରିଥିଲେ। ପନ୍ତ ଆଜି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଥିଲେ। ସେ ୧୦୬ ରନ କରି ଆଉଟ୍ ହେବା ପୂର୍ବରୁ ଗିଲ୍ଙ୍କ ସହ ଚତୁର୍ଥ ଓ୍ଵିକେଟ୍ରେ ୧୬୭ ରନ ଯୋଡ଼ିଥିଲେ। ଏହା ପରେ ଗିଲ୍ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ପୂରଣ କରିଥିଲେ। ସେ ୧୧୯ ରନ ଓ କେଏଲ ରାହୁଲ ୨୨ ରନ କରି କ୍ରିଜରେ ଅପରାଜିତ ଥିଲେ। ଭାରତର ସ୍କୋର ୨୮୭/୪ରେ ଅଧିନାୟକ ରୋହିତ ଶର୍ମା ପାଳି ସମାପ୍ତି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ରବିଚନ୍ଦ୍ରନ ଅଶ୍ଵିନ ୧୧୩ ରନ, ଜାଡ଼େଜା ୮୬ ଓ ଜୟସ୍ଵାଲ ୫୬ ରନ କରିଥିଲେ। ଜବାବରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୯ ରନରେ ଅଲଆଉଟ୍ ହୋଇଥିଲା।