ବାଇକ୍ ସହ ଜଳିଗଲେ ଚାଳକ
ଗୋପାଳପୁର,୨।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବାଇକ୍ ଚାଳକ ଜୀବନ୍ତ ଜଳି ଯାଇଛନ୍ତି। ଅନ୍ୟପକ୍ଷେ ବାଇକ୍ ପଛପଟେ ବସିଥିବା ଅନ୍ୟଜଣେ ଗୁରୁତ୍ୱର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କେ. ନୂଆଗାଁ ଥାନା ଅଧୀନ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ କୁମାର ସାହୁ। ଗୁରୁତ୍ୱର ଆହତ ଜଣକ ରତ୍ନାକର ପାଣିଗ୍ରାହୀ ବୋଲି ସୂଚନା ମିଳିଛି […] The post ବାଇକ୍ ସହ ଜଳିଗଲେ ଚାଳକ appeared first on Dharitri Odia News.
ଗୋପାଳପୁର,୨।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବାଇକ୍ ଚାଳକ ଜୀବନ୍ତ ଜଳି ଯାଇଛନ୍ତି। ଅନ୍ୟପକ୍ଷେ ବାଇକ୍ ପଛପଟେ ବସିଥିବା ଅନ୍ୟଜଣେ ଗୁରୁତ୍ୱର ଆହତ ହୋଇଛନ୍ତି।
ମୃତକ ଜଣକ ହେଲେ କେ. ନୂଆଗାଁ ଥାନା ଅଧୀନ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ କୁମାର ସାହୁ। ଗୁରୁତ୍ୱର ଆହତ ଜଣକ ରତ୍ନାକର ପାଣିଗ୍ରାହୀ ବୋଲି ସୂଚନା ମିଳିଛି । ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, କେ. ନୂଆଗାଁ ଥାନା ଅଧୀନ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ ଓ ରତ୍ନାକର ଗୁରୁବାର ବିଳମ୍ବିତ ରାତିରେ ଏକ ପଲ୍ସର ବାଇକ୍ରେ ବ୍ରହ୍ମପୁର ବଡ଼ ମେଡିକାଲ ଯାଉଥିଲେ। ହେଲେ ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଅନ୍ୟ ଏକ ଗାଡି ସହ ଅଜିତଙ୍କ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ୍ ଭାରସାମ୍ୟ ହରାଇ ତଳେ ପଡିିଯିବା ସହ ବାଇକ୍ରେ ନିଆଁ ଲାଗଯାଇଥିଲା। ଏପରିକି ଅଜିତଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଏପରିକି ବାଇକ୍ ପଛପଟେ ବସିଥିବା ରତ୍ନାକର ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଓ କନିସି ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରଥିଲେ। ଆହତଙ୍କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟପୂର୍ଣ୍ଣ ଥିବା ବେଳେ ସେ ଆଇସିୟୁରେ ଜୀବନ ସହ ସଂଗ୍ରମ କରୁଛନ୍ତି । ଅନ୍ୟ ପକ୍ଷେ ଅଜିତଙ୍କ ଦେହର ୭୦ ଭାଗରୁ ଊର୍ଦ୍ଧ୍ୱପୋଡି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ ପଠାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୩୦୮/୨୪) ରୁଜୁ କରିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
The post ବାଇକ୍ ସହ ଜଳିଗଲେ ଚାଳକ appeared first on Dharitri Odia News.