ଗାଜା ସରକାରର ମୁଖ୍ୟ ସମେତ ୩ ବରିଷ୍ଠ ନେତାଙ୍କ ମୃତ୍ୟୁ: ଇସ୍ରାଏଲ୍
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ ସରକାରର ୩ ବରିଷ୍ଠ ନେତାଙ୍କୁ ନିପାତ କଲା ଇସ୍ରାଏଲ୍। ଗାଜା ସରକାରୀ ମୁଖ୍ୟ ରାହ୍ୱି ମୁସ୍ତାହାର ବି ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଉତ୍ତରଗାଜାରେ ଏମାନେ ଲୁଚି ରହିଥିଲେ। ଏୟାରଷ୍ଟ୍ରାଇକ୍ କରି ତାଙ୍କୁ ନିପାତ କରାଯାଇଥିଲା। ରାହ୍ୱି ମୁସ୍ତାହା ସମେତ ହମାସ କମାଣ୍ଡର ସାମେହ ସିରାଜ ଏବଂ ସାମେହ ଔଦେହଙ୍କର ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲ୍ର ଏହି ଦାବିକୁ ନେଇ ହମାସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଆଇଡିଏଫ୍ କହିଛି ଯେ ୩ ମାସ ତଳେ ଆଇଡିଏଫ୍ ଓ ଆଇଏସଏ ମିଳିତ ଭାବେ ଗାଜାରେ ଷ୍ଟ୍ରାଇକ୍ କରିଥିଲେ। ଏଥିରେ ଏହି ୩ ନେତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଗାଜା ସରକାର ମୁଖ୍ୟ ରାହ୍ୱୀ ମୁସ୍ତାହା, ହମାସ ପଲିଟିକାଲ ବ୍ୟୁରୋ ଓ ହମାସ ସୁରକ୍ଷା ଦାୟିତ୍ୱରେ ଥିବା ସାମେହ ଅଲ ସିରାଜ ଓ ହମାସ ସାଧାରଣ ସୁରକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସାମୀ ଓଦେହଙ୍କର ମୃତ୍ୟ ହୋଇଛି। ଆଇଡିଏଫ ଆହୁରି କହିଛି ଯେ ଅକ୍ଟୋବର ୭ ଆକ୍ରମଣର ଯେଉଁମାନେ ଦୋଶୀ ସେମାନଙ୍କୁ କାହାକୁ ଛଡ଼ାଯିବନି।
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ ସରକାରର ୩ ବରିଷ୍ଠ ନେତାଙ୍କୁ ନିପାତ କଲା ଇସ୍ରାଏଲ୍। ଗାଜା ସରକାରୀ ମୁଖ୍ୟ ରାହ୍ୱି ମୁସ୍ତାହାର ବି ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଉତ୍ତରଗାଜାରେ ଏମାନେ ଲୁଚି ରହିଥିଲେ। ଏୟାରଷ୍ଟ୍ରାଇକ୍ କରି ତାଙ୍କୁ ନିପାତ କରାଯାଇଥିଲା। ରାହ୍ୱି ମୁସ୍ତାହା ସମେତ ହମାସ କମାଣ୍ଡର ସାମେହ ସିରାଜ ଏବଂ ସାମେହ ଔଦେହଙ୍କର ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲ୍ର ଏହି ଦାବିକୁ ନେଇ ହମାସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।
ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଆଇଡିଏଫ୍ କହିଛି ଯେ ୩ ମାସ ତଳେ ଆଇଡିଏଫ୍ ଓ ଆଇଏସଏ ମିଳିତ ଭାବେ ଗାଜାରେ ଷ୍ଟ୍ରାଇକ୍ କରିଥିଲେ। ଏଥିରେ ଏହି ୩ ନେତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଗାଜା ସରକାର ମୁଖ୍ୟ ରାହ୍ୱୀ ମୁସ୍ତାହା, ହମାସ ପଲିଟିକାଲ ବ୍ୟୁରୋ ଓ ହମାସ ସୁରକ୍ଷା ଦାୟିତ୍ୱରେ ଥିବା ସାମେହ ଅଲ ସିରାଜ ଓ ହମାସ ସାଧାରଣ ସୁରକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସାମୀ ଓଦେହଙ୍କର ମୃତ୍ୟ ହୋଇଛି।
ଆଇଡିଏଫ ଆହୁରି କହିଛି ଯେ ଅକ୍ଟୋବର ୭ ଆକ୍ରମଣର ଯେଉଁମାନେ ଦୋଶୀ ସେମାନଙ୍କୁ କାହାକୁ ଛଡ଼ାଯିବନି।