ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସଂଗ୍ରହାଳୟଟି ଖୋଳାଯାଉ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କନ୍ଧମାଳ ଜିଲାରେ ବସବାସ କରୁଥିବା ଜନଜାତିଙ୍କ ଅତି ପୁରାତନ ପାରମ୍ପରିକ ବ୍ୟବହାରିକ ସାମଗ୍ରୀ ତଥା ଗହଣା, ବାଦ୍ୟ, ଚାଷ ସାମଗ୍ରୀଠାରୁ […] The post ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ appeared first on Dharitri Odia News.
ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସଂଗ୍ରହାଳୟଟି ଖୋଳାଯାଉ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କନ୍ଧମାଳ ଜିଲାରେ ବସବାସ କରୁଥିବା ଜନଜାତିଙ୍କ ଅତି ପୁରାତନ ପାରମ୍ପରିକ ବ୍ୟବହାରିକ ସାମଗ୍ରୀ ତଥା ଗହଣା, ବାଦ୍ୟ, ଚାଷ ସାମଗ୍ରୀଠାରୁ ଆରମ୍ଭ କରି ଅନେକ ଅସ୍ତ୍ରଶସ୍ତ୍ର ଆଦି ଦେଖିବାକୁ ରହିଥିଲେ ମଧ୍ୟ କେଉଁ କାରଣରୁ ତାହା ଖୋଲାଯାଉନାହିଁ ତାହା ଚିନ୍ତାର ବିଷୟ ବୋଲି ସାଧାରଣରେ କୁହାଯାଉଛି।
ରାଜ୍ୟ ଓ କେନ୍ଦ୍ର ସରକାର ଜନଜାତିଙ୍କ ପାଇଁ ଅନେକ ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ବ୍ୟବହାର କରୁଥିବା ସାମଗ୍ରୀକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରୁଥିଲେ। ଦାରିଙ୍ଗବାଡି ଠାରେ ଗତ ୨୦୧୫ ମସିହାରେ ଲୋକାର୍ପଣ କରାଯାଇଥିବା ଜନଜାତି ସଂଗ୍ରାହାଳୟକୁ ମାତ୍ର କିଛି ଦିନ ଖୋଲା ଯାଇ ତାକୁ ବନ୍ଦ କରିଦିଆଗଲା। ସେହି ଦିନଠାରୁ ଜିଲାପ୍ରଶାସନ ଓ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହାର ରକ୍ଷଣବେକ୍ଷଣ୍ର ଅଭାବ ଓ ଏଥିପ୍ରତି ବୈମାତୃକ ଚିନ୍ତାଧାରା ପାଇଁ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଳାଯାଉ ନ ଥିବା ଅଭିଯୋଗ ହେଉଛି।
ଉକ୍ତ ସଂଗ୍ରାହାଳୟ ମଧ୍ୟରେ ସେହି ସମୟରେ ସୁନ୍ଦର ଭାବେ କାଚର ସେଲ୍ଫ କରାଯାଇଥିବା ବେଳେ ଜନଜାତିଙ୍କ ଅଳଙ୍କାର, ଅସ୍ତ୍ରଶସ୍ତ୍ର, ବାଦ୍ୟଯନ୍ତ୍ର କିଛି ସଂଗ୍ରହ କରି ରଖାଯାଇଥିବା ଜଣାପଡିଛି। ଏବେ ତାହା କେଉଁ ପରିସ୍ଥିତିରେ ରହିଛି ତାହା ଖୋଲିବା ପରେ ଜଣାପଡିବ। ଏହାକୁ ଶୀଘ୍ର ଖୋଲାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି, ସଂଗ୍ରାହାଳୟ କୋଠରୀର ପଛ ପାଖ ମାଟି ଧୋଇଯାଇଛି। ତାକୁ ମରାମତି କରାଯାଉଛି। ଖୁବଶୀଘ୍ର ପୁଣି ସଂଗ୍ରାହାଳୟ ଖୋଲାଯିବାକୁ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।
The post ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ appeared first on Dharitri Odia News.