ନାଗପୁର ହିଂସାକୁ ନେଇ ଦେବେନ୍ଦ୍ର ଫଡନାଭିସ୍ଙ୍କ ବଡ ବୟାନ,କହିଲେ- ଫିଲ୍ମ ଛାବା ଦାୟୀ
ନୂଆଦିଲ୍ଲୀ ୧୯।୦୩; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ବିଧାନସଭାରେ ନାଗପୁର ହିଂସା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି। କହିଛନ୍ତି 'ପୋଲିସ୍ ଉପରେ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନାଗପୁରର ସାମ୍ପ୍ରଦାୟିକ ହିଂସା ପାଇଁ ସିନେମା ଛାବାକୁ ଦାୟୀ କରିଛନ୍ତି ଦେବେନ୍ଦ୍ର ଫଡନାଭିସ । ସୋମବାର ଔରଙ୍ଗାଜବଙ୍କ ସମାଧି ଭାଙ୍ଗିବା ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା ।ଏନେଇ ସିଏମ୍ କହିଛନ୍ତି ଯେ ଏହି ଘଟଣା ପରେ ୧୧ ଟି ପୋଲିସ୍ ଷ୍ଟେସନର ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ହିଂସା ସ୍ଥାନରୁ ପଥରରେ ପରିପୂର୍ଣ୍ଣ ଏକ ଟ୍ରଲି ଏବଂ ଅନେକ ଅସ୍ତ୍ରଶସ୍ତ୍ର ମିଳିଥିଲା। କେଉଁଠି ପଥରମାଡ ତ ପୁଣି କେଉଁଠି ଆକ୍ରମଣରେ ଉଠିଛି ପଡୁଛି ନାଗପୁର । ସୂଚନା ଅନୁସାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିକୁ ହଟାଇବାକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ରାଲି କରୁଥିଲେ। ଏହି ସମୟରେ କିଛି ଇସଲାମିକ ଧର୍ମପୁସ୍ତକକୁ ପୋଡ଼ା ଯାଇଥିବା ଗୁଜବ ପ୍ରଚାର ହୋଇଥିଲା। ଔରଙ୍ଗଜେବଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଉତ୍ପାତ ମଚାଇଥିଲେ । ନାଗପୁରରେ ତାଣ୍ଡବ କରିବା ସହ ଭଙ୍ଗାରୁଜା, ଆକ୍ରମଣ ଓ ଧମକ ଦେଇଥିଲେ । ଅନ୍ୟ ଏକ ଗୋଷ୍ଠୀ ସହ ମୁହାଁମୁହିଁ ପରେ କ୍ରମଶ ଏହା ସାମ୍ପ୍ରଦାୟିକ ହିଂସାର ରୂପ ନେଇଥିଲା।ଉପଦ୍ରବୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେ
ନୂଆଦିଲ୍ଲୀ ୧୯।୦୩; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ବିଧାନସଭାରେ ନାଗପୁର ହିଂସା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି। କହିଛନ୍ତି 'ପୋଲିସ୍ ଉପରେ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନାଗପୁରର ସାମ୍ପ୍ରଦାୟିକ ହିଂସା ପାଇଁ ସିନେମା ଛାବାକୁ ଦାୟୀ କରିଛନ୍ତି ଦେବେନ୍ଦ୍ର ଫଡନାଭିସ । ସୋମବାର ଔରଙ୍ଗାଜବଙ୍କ ସମାଧି ଭାଙ୍ଗିବା ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା ।
ଏନେଇ ସିଏମ୍ କହିଛନ୍ତି ଯେ ଏହି ଘଟଣା ପରେ ୧୧ ଟି ପୋଲିସ୍ ଷ୍ଟେସନର ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ହିଂସା ସ୍ଥାନରୁ ପଥରରେ ପରିପୂର୍ଣ୍ଣ ଏକ ଟ୍ରଲି ଏବଂ ଅନେକ ଅସ୍ତ୍ରଶସ୍ତ୍ର ମିଳିଥିଲା। କେଉଁଠି ପଥରମାଡ ତ ପୁଣି କେଉଁଠି ଆକ୍ରମଣରେ ଉଠିଛି ପଡୁଛି ନାଗପୁର । ସୂଚନା ଅନୁସାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିକୁ ହଟାଇବାକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ରାଲି କରୁଥିଲେ। ଏହି ସମୟରେ କିଛି ଇସଲାମିକ ଧର୍ମପୁସ୍ତକକୁ ପୋଡ଼ା ଯାଇଥିବା ଗୁଜବ ପ୍ରଚାର ହୋଇଥିଲା। ଔରଙ୍ଗଜେବଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଉତ୍ପାତ ମଚାଇଥିଲେ । ନାଗପୁରରେ ତାଣ୍ଡବ କରିବା ସହ ଭଙ୍ଗାରୁଜା, ଆକ୍ରମଣ ଓ ଧମକ ଦେଇଥିଲେ । ଅନ୍ୟ ଏକ ଗୋଷ୍ଠୀ ସହ ମୁହାଁମୁହିଁ ପରେ କ୍ରମଶ ଏହା ସାମ୍ପ୍ରଦାୟିକ ହିଂସାର ରୂପ ନେଇଥିଲା।
ଉପଦ୍ରବୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ଘଟଣାକୁ ଯୋଜନାବଦ୍ଧ ଷଡଯନ୍ତ୍ର କହିବା ସହ ଔରଙ୍ଗଜେବ ସମର୍ଥକଙ୍କ ପ୍ରତି ସରକାର କଠୋରମନୋଭାବ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।