ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ

ଇସଲାମାବାଦ,୨୯ା୧: ନିକଟରେ ଇରାନ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମୀର-ଅବ୍‌ଦୁଲ୍ଲାହିୟାନ ସୋମବାର ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଜଲିଲ ଅବ୍ବାସ ଜିଲାନୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ଅତିରିକ୍ତ ବୈଦେଶିକ ସଚିବ (ଆଫଗାନିସ୍ତାନ ଏବଂ ମଧ୍ୟ ପୂର୍ବ ଏସିଆ) ରାହ ହୟତ ଅବଦୁଲ୍ଲାହିୟାନଙ୍କୁ ନୁର ଖାନ୍‌ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି, ଏହି […] The post ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ appeared first on Dharitri Odia News.

ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ

ଇସଲାମାବାଦ,୨୯ା୧: ନିକଟରେ ଇରାନ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମୀର-ଅବ୍‌ଦୁଲ୍ଲାହିୟାନ ସୋମବାର ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଜଲିଲ ଅବ୍ବାସ ଜିଲାନୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।

ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ଅତିରିକ୍ତ ବୈଦେଶିକ ସଚିବ (ଆଫଗାନିସ୍ତାନ ଏବଂ ମଧ୍ୟ ପୂର୍ବ ଏସିଆ) ରାହ ହୟତ ଅବଦୁଲ୍ଲାହିୟାନଙ୍କୁ ନୁର ଖାନ୍‌ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି, ଏହି ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲାହିୟାନ ବୈଦେଶିକ ମନ୍ତ୍ରୀ ଜିଲାନୀଙ୍କ ସହ ଗଭୀର ଆଲୋଚନା କରିବେ ଏବଂ ପ୍ରଧାନମନ୍ତ୍ରୀ ଅନଓ୍ବାରୁଲ ହକ୍‌ କାକରଙ୍କ ସହ ଆଲୋଚନା କରିବେ।

The post ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ appeared first on Dharitri Odia News.