ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌ ନୂଆ ପିଢ଼ିର ଟାୟାର ବ୍ରିଜ୍‌ଷ୍ଟୋନ୍‌ ତୁରଞ୍ଜା ୬ଆଇର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଭାରତର ସଡ଼କ ଗୁଡ଼ିକ ଲାଗି ଏହା ସ୍ବତନ୍ତ୍ର ଭାବେ ବିକଶିତ ହୋଇଥିବାବେଳେ ଟାୟାର ଓ ଚାଳକଙ୍କୁ ଏହା ଆରାମଦାୟକ ଯାତ୍ରା ଅନୁଭୂତି ସହ ଟାୟାରର ଦୀର୍ଘଜୀବନ ପ୍ରଦାନ କରିଥାଏ। ବ୍ରିଜ୍‌ଷ୍ଟୋନ୍‌ […] The post ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ appeared first on Dharitri Odia News.

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌ ନୂଆ ପିଢ଼ିର ଟାୟାର ବ୍ରିଜ୍‌ଷ୍ଟୋନ୍‌ ତୁରଞ୍ଜା ୬ଆଇର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଭାରତର ସଡ଼କ ଗୁଡ଼ିକ ଲାଗି ଏହା ସ୍ବତନ୍ତ୍ର ଭାବେ ବିକଶିତ ହୋଇଥିବାବେଳେ ଟାୟାର ଓ ଚାଳକଙ୍କୁ ଏହା ଆରାମଦାୟକ ଯାତ୍ରା ଅନୁଭୂତି ସହ ଟାୟାରର ଦୀର୍ଘଜୀବନ ପ୍ରଦାନ କରିଥାଏ। ବ୍ରିଜ୍‌ଷ୍ଟୋନ୍‌ ତୁରଞ୍ଜା ୬ଆଇ ୩୬ ଏସ୍‌କେୟୁରେ ୧୪ ଇଞ୍ଚରୁ ୨୦ ଇଞ୍ଚ ପର୍ଯ୍ୟନ୍ତ ଉପଲବ୍ଧ ।

ଏସ୍‌ୟୁଭି, ସେଡାନ, ହ୍ୟାଚ୍‌ବ୍ୟାକ୍‌ ଓ ସିୟୁଭି ଅନ୍ତର୍ଭୁକ୍ତ ଯାନ ପାଇଁ ଲକ୍ଷ୍ୟ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରିମିୟମ ଗାଡ଼ିଗୁଡ଼ିକ ଲାଗି ଏହି ଟାୟାରର ଶୁଭାରମ୍ଭ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ବ୍ରିଜ୍‌ଷ୍ଟୋନ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି। ଅପରପକ୍ଷରେ ବ୍ରିଜ୍‌ଷ୍ଟୋନ୍‌ ଭାରତର ଅଗ୍ରଣୀ ଟାୟାର ପ୍ରସ୍ତୁତକାରୀ ଭାବେ ଉଭାହୋଇଛି। ବିଶେଷ କରି ଏହା ଏନିଲଟେନ୍‌ ଟେକ୍‌ନୋଲୋଜି ସହ ଇନ୍ଧନ ଦକ୍ଷତା ଓ ସୁଗମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଏପରିକି ତୁରଞ୍ଜା ୬ଆଇ ଉଭୟ ସାଧାରଣ କାର୍ଯ୍ୟଦକ୍ଷତା ଓ କମ୍‌ ଶବ୍ଦ ସହ ଉନ୍ନତ ଇନ୍ଧନ ଏବଂ କାର୍ଯ୍ୟଦକ୍ଷତା ପ୍ରଦାନ ସାଙ୍ଗକୁ ବୈଦ୍ୟୁତିକ ଯାନର ଆବଶ୍ୟକତା ମଧ୍ୟ ଏହା ପୂରଣ କରିବ।

ଏ ସମ୍ପର୍କରେ ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ହିରୋସି ୟୋସିଜାନେ କହିଛନ୍ତି, ଦ୍ରୁତଗତିରେ ବଢୁଥିବା ଭାରତୀୟ ବଜାର ପାଇଁ ସର୍ବୋତ୍ତମ ପ୍ରଯୁକ୍ତି ପ୍ରଦାନ କରିବାକୁ ତୁରଞ୍ଜା ୬ଆଇ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରିକି ଭାରତୀୟ ଗତିଶୀଳ କ୍ଷେତ୍ରକୁ ବିଶ୍ୱସ୍ତରୀୟ ଅଗ୍ରଣୀ ଟାୟାର ପ୍ରଯୁକ୍ତି ସହ ଯୋଡ଼ିବାରେ ଆମର ଯୋଜନାବଦ୍ଧ ରଣନୀତିର ଏହା ଏକ ସଫଳତା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ବ୍ରିଜ୍‌ଷ୍ଟୋନ୍‌ର ମୁଖ୍ୟ ବାଣିଜ୍ୟ ଅଧିକାରୀ ରାଜଶ୍ରୀ ମିତ୍ର କହିଛନ୍ତି, ସର୍ବଭାରତୀୟସ୍ତରରେ ଆମେ ଟାୟାର ପ୍ରଯୁକ୍ତିର ଅଗ୍ରଣୀ ଭୂମିକା ନିର୍ବାହକରି ଆସିଛୁ।

The post ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ appeared first on Dharitri Odia News.