SCBରେ ରୋଗୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଡାକ୍ତର ଗିରଫ, ତଦନ୍ତ କରିବ ୩ ଜଣିଆ କମିଟି
କଟକ ୧୩/୦୮: SCB ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ ଘଟଣାରେ ଜଣେ ଡାକ୍ତର ଗିରଫ । ହୃଦ୍ରୋଗ ବିଭାଗର ସମ୍ପୃକ୍ତ ଡାକ୍ତର ଗିରଫ ହୋଇଛନ୍ତି । ସେପଟେ ଏହି ଘଟଣାର ଯାଞ୍ଚ ପାଇଁ ତଦନ୍ତ କମିଟି ଗଠନ କଲେ ରାଜ୍ୟ ସରକାର ଗଠନ । ୩ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । କମିଟିରେ DMET ସନ୍ତୋଷ ମିଶ୍ର,ଯୁଗ୍ମ DMET ରମା ରତନ ଓ SCB ଅଧ୍ୟକ୍ଷ ସୁଧାଂଶ ଶେଖର ମିଶ୍ର ଅଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ କରିବେ ସୁପାରିସ । ମଙ୍ଗଳବାର SCB ମେଡ଼ିକାଲର କାଡ଼ିଓଲୋଜି ବିଭାଗରେ ଜଣେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ । ଇକୋ କରିବା ପାଇଁ ମହିଳା ଜଣଙ୍କ ଆସିଥିବା ବେଳେ ଜୁନିଅର୍ ଡାକ୍ତର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ୧୬୧/୧୬୪ ରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରିଛି ପୋଲିସ। ସେପଟେ ରୋଗୀଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ଉକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି।
କଟକ ୧୩/୦୮: SCB ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ ଘଟଣାରେ ଜଣେ ଡାକ୍ତର ଗିରଫ । ହୃଦ୍ରୋଗ ବିଭାଗର ସମ୍ପୃକ୍ତ ଡାକ୍ତର ଗିରଫ ହୋଇଛନ୍ତି । ସେପଟେ ଏହି ଘଟଣାର ଯାଞ୍ଚ ପାଇଁ ତଦନ୍ତ କମିଟି ଗଠନ କଲେ ରାଜ୍ୟ ସରକାର ଗଠନ । ୩ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । କମିଟିରେ DMET ସନ୍ତୋଷ ମିଶ୍ର,ଯୁଗ୍ମ DMET ରମା ରତନ ଓ SCB ଅଧ୍ୟକ୍ଷ ସୁଧାଂଶ ଶେଖର ମିଶ୍ର ଅଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ କରିବେ ସୁପାରିସ ।
ମଙ୍ଗଳବାର SCB ମେଡ଼ିକାଲର କାଡ଼ିଓଲୋଜି ବିଭାଗରେ ଜଣେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ । ଇକୋ କରିବା ପାଇଁ ମହିଳା ଜଣଙ୍କ ଆସିଥିବା ବେଳେ ଜୁନିଅର୍ ଡାକ୍ତର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ୧୬୧/୧୬୪ ରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରିଛି ପୋଲିସ। ସେପଟେ ରୋଗୀଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ଉକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି।