ମିଳୁନି ସରକାରୀ ଆବାସ;ଜରି ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପୁରା ପରିବାର
କନକ ବ୍ୟୁରୋ : ପ୍ରକୃତରେ ସରକାରୀ ଯୋଜନା କାହା ପାଇଁ? ଏମିତି ଅନେକ ପ୍ରଶ୍ନ ଗଞ୍ଜାମ ବ୍ଲକର ହୁମା ପଞ୍ଚାୟତର ଏହି ପରିବାରକୁ ଦେଖିଲେ ମନରେ ଉଙ୍କି ମାରେ । ଜରି ପାଲ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ୩ପ୍ରାଣୀ । ମୂଲ ଲାଗି ବହୁ କଷ୍ଟରେ ପିଲାଙ୍କୁ ପଢ଼ାଇବା ସହ ଖାଇବା ପାଇଁ ଦାନା ଯୋଗାଡ଼ କରୁଛି ମା’। ଜରିପାଲ ତଳେ ଜୀବନ। ସେଇଠି ରୋଷେଇବାସ, ଖିଆପିଆ, ପିଲାଙ୍କ ପାଠପଢ଼ା, ସବୁ କିଛି । ସରକାରୀ ଜମିରେ ଜରିପାଲ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତର ଜୟନ୍ତୀ ସେନାପତି । ସ୍ବାମୀ ଅନ୍ୟତ୍ର ରୁହନ୍ତି,ଜୟନ୍ତୀ ମୂଲ ଲାଗିଲେ ଘର ଚଳେ। ପୁଅ-ଝିଅ ଦୁହେଁ ପାଠ ପଢ଼ନ୍ତି । ଅନ୍ଧାର ଭିତରେ ଡିବି ଲଗେଇ ଭବିଷ୍ୟତର ଆଲୁଅ ପାଇଁ ସ୍ୱପ୍ନ ଦେଖନ୍ତି । ମାଆ ମୁଲ ଲାଗି ଆଣୁଥିବା ଅର୍ଥ ହାତରୁ ପାଟିରେ ସୀମିତ। ତେଣୁ ଭଲ ଘରଟିଏ କରିବା ସମ୍ଭବ ନୁହେଁ । ଜୟନ୍ତୀଙ୍କ ଘର ଖଲ୍ଲିକୋଟ ବ୍ଲକ ଡିମିରିଆ ପଞ୍ଚାୟତରେ । ଶାଶୁଙ୍କ ଚିକିତ୍ସା ପାଇଁ ନିଜେ ରହୁଥିବା ଘରଟିକୁ ବିକ୍ରି କରି ଦେଇଛନ୍ତି । ଏବେ ରହିବାକୁ ଘର ନାହିଁ। ୮ ରୁ ୧୦ବର୍ଷ ହେଲାଣି ସେମିତି ଭଙ୍ଗା ଘରେ ପଡ଼ିରହିଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରି ଥକି ଗଲେଣି । ହେଲେ ସରକାରୀ ବାବୁମାନେ କିଛି ଶୁଣୁନାହାନ୍ତି, କି ଏ ଅଭାବୀ ଦୁଃଖୀ ପରିବାରକୁ କିଛି ମିଳୁନଥିବା ଅଭିଯୋଗ ହୋଇଛି । ସରକାର କହୁଛନ୍ତି, କେହି ଦୁଃଖରେ ରହିବେ

କନକ ବ୍ୟୁରୋ : ପ୍ରକୃତରେ ସରକାରୀ ଯୋଜନା କାହା ପାଇଁ? ଏମିତି ଅନେକ ପ୍ରଶ୍ନ ଗଞ୍ଜାମ ବ୍ଲକର ହୁମା ପଞ୍ଚାୟତର ଏହି ପରିବାରକୁ ଦେଖିଲେ ମନରେ ଉଙ୍କି ମାରେ । ଜରି ପାଲ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ୩ପ୍ରାଣୀ । ମୂଲ ଲାଗି ବହୁ କଷ୍ଟରେ ପିଲାଙ୍କୁ ପଢ଼ାଇବା ସହ ଖାଇବା ପାଇଁ ଦାନା ଯୋଗାଡ଼ କରୁଛି ମା’।
ଜରିପାଲ ତଳେ ଜୀବନ। ସେଇଠି ରୋଷେଇବାସ, ଖିଆପିଆ, ପିଲାଙ୍କ ପାଠପଢ଼ା, ସବୁ କିଛି । ସରକାରୀ ଜମିରେ ଜରିପାଲ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତର ଜୟନ୍ତୀ ସେନାପତି । ସ୍ବାମୀ ଅନ୍ୟତ୍ର ରୁହନ୍ତି,ଜୟନ୍ତୀ ମୂଲ ଲାଗିଲେ ଘର ଚଳେ। ପୁଅ-ଝିଅ ଦୁହେଁ ପାଠ ପଢ଼ନ୍ତି । ଅନ୍ଧାର ଭିତରେ ଡିବି ଲଗେଇ ଭବିଷ୍ୟତର ଆଲୁଅ ପାଇଁ ସ୍ୱପ୍ନ ଦେଖନ୍ତି । ମାଆ ମୁଲ ଲାଗି ଆଣୁଥିବା ଅର୍ଥ ହାତରୁ ପାଟିରେ ସୀମିତ। ତେଣୁ ଭଲ ଘରଟିଏ କରିବା ସମ୍ଭବ ନୁହେଁ ।
ଜୟନ୍ତୀଙ୍କ ଘର ଖଲ୍ଲିକୋଟ ବ୍ଲକ ଡିମିରିଆ ପଞ୍ଚାୟତରେ । ଶାଶୁଙ୍କ ଚିକିତ୍ସା ପାଇଁ ନିଜେ ରହୁଥିବା ଘରଟିକୁ ବିକ୍ରି କରି ଦେଇଛନ୍ତି । ଏବେ ରହିବାକୁ ଘର ନାହିଁ। ୮ ରୁ ୧୦ବର୍ଷ ହେଲାଣି ସେମିତି ଭଙ୍ଗା ଘରେ ପଡ଼ିରହିଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରି ଥକି ଗଲେଣି । ହେଲେ ସରକାରୀ ବାବୁମାନେ କିଛି ଶୁଣୁନାହାନ୍ତି, କି ଏ ଅଭାବୀ ଦୁଃଖୀ ପରିବାରକୁ କିଛି ମିଳୁନଥିବା ଅଭିଯୋଗ ହୋଇଛି ।
ସରକାର କହୁଛନ୍ତି, କେହି ଦୁଃଖରେ ରହିବେ ନାହିଁ । ସମସ୍ତଙ୍କ ପେଟକୁ ଦାନା ଓ ମୁଣ୍ଡ ଗୁଂଜିବାକୁ ଛାତ ଯୋଗାଇ ଦେଉଛନ୍ତି । ହେଲେ ଜୟନ୍ତିଙ୍କ ଭଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏବେ ବି ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ।