ଏବେ ଆମେରିକା ଓ ଇସ୍ରାଏଲ ଭଳି ଲଢୁଆ ହେଲିକପ୍ଟର ବ୍ୟବହାର କରିବ ଭାରତ, ପୁରା ହେବ ଆପାଚେ ସ୍କ୍ୱାଡ୍ରନ
ନୂଆଦିଲ୍ଲୀ ୨।୭: ଦୀର୍ଘ ଅପେକ୍ଷା ପରେ ଭାରତକୁ ମିଳିବ ଆପାଚେ ହେଲିକପ୍ଚରର ପ୍ରଥମ ବ୍ୟାଚ୍। ଖୁବ୍ ଶୀଘ୍ର ଡେଲିଭରୀ ଆରମ୍ଭ ହେବ। ଏହା ଦ୍ୱାରା ସେନାର ତାକତ ପୂର୍ବାପେକ୍ଷା ଅଧିକ ବଢିଯିବା ସହ ପାକିସ୍ତାନ ଭଳି ଶତ୍ରୁ ଦେଶଙ୍କ ଲାଗି ବିପଦ ଢେର ବଢିଯିବ। ମିଳିବାକୁ ଥିବା ହେଲିକପ୍ଟର ପଶ୍ଚିମ ସୀମାରେ ମୁତୟନ ହେବ। ଫଳରେ ପାକିସ୍ତାନ ସର୍ବଦା ଟାର୍ଗେଟରେ ରହିବ। ଏବେ ଏପରି ହେଲିକପ୍ଟର କେବଳ ଆମେରିକା ଓ ଇସ୍ରାଏଲ ଭଳି ଦେଶ ବ୍ୟବହାର କରୁଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସେନାକୁ ହେଲିକପ୍ଟର ୧୫ ମାସ ବିଳମ୍ବରେ ମିଳୁଛି। ଏଣୁ ଡେଲିଭରୀ ମିଳିବାମାତ୍ରେ ଏଗୁଡିକୁ ମୁତୟନ କରିଦିଆଯିବ। ଆର୍ମି ଏଭିଏସନ କୋର ତାର ପ୍ରଥମ ଆପାଚେ ସ୍କ୍ୱାଡ୍ରନ ମାର୍ଚ୍ଚ ୨୦୨୪ରେ ସ୍ଥାପନା କରିଥିଲା। ଯୋଧପୁରରେ ସ୍ଥାପିତ ଏହି ସ୍କ୍ୱାଡ୍ରନକୁ ସ୍ଥାପନାର ୧୫ ମାସ ପରେ ବି ହେଲିକପ୍ଟର ମିଳି ନାହିଁ। ଏଣୁ ମିଳିବାମାତ୍ରେ ସ୍କ୍ୱାଡ୍ରନରେ ହେଲିକପ୍ଟର ମୁତୟନ ହେବ ବୋଲି ଜଣାପଡିଛି। ଆପାଚେ ଏଏଚ୍-୬୪ଇ ଆଟାକ ହେଲିକପ୍ଟର ଆମେରିକାରୁ ଆସିବ। ୨୦୨୦ ମସିହାରେ ଏହି ହେଲିକପ୍ଟର ପାଇଁ ଭାରତ ଓ ଆମେରିକା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ସେହି ଅନୁସାରେ ୨୦୨୪ ମେ ଅଥବା ଜୁନ ମାସ ସୁଦ୍ଧା ହେଲିକପ୍ଚର ମିଳିଯିବ ବୋଲି ଆଶା କରାଯାଉଥିଲା। ଭାରତୀୟ ସେନାର ଏଭିଏସନ କୋରକୁ ଚଳିତମାସରେ ଏହି ହେଲିକପ୍ଚରର ପ୍ରଥମ ବ୍ୟାଚ୍ ମିଳିଯିବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ ୨।୭: ଦୀର୍ଘ ଅପେକ୍ଷା ପରେ ଭାରତକୁ ମିଳିବ ଆପାଚେ ହେଲିକପ୍ଚରର ପ୍ରଥମ ବ୍ୟାଚ୍। ଖୁବ୍ ଶୀଘ୍ର ଡେଲିଭରୀ ଆରମ୍ଭ ହେବ। ଏହା ଦ୍ୱାରା ସେନାର ତାକତ ପୂର୍ବାପେକ୍ଷା ଅଧିକ ବଢିଯିବା ସହ ପାକିସ୍ତାନ ଭଳି ଶତ୍ରୁ ଦେଶଙ୍କ ଲାଗି ବିପଦ ଢେର ବଢିଯିବ। ମିଳିବାକୁ ଥିବା ହେଲିକପ୍ଟର ପଶ୍ଚିମ ସୀମାରେ ମୁତୟନ ହେବ। ଫଳରେ ପାକିସ୍ତାନ ସର୍ବଦା ଟାର୍ଗେଟରେ ରହିବ। ଏବେ ଏପରି ହେଲିକପ୍ଟର କେବଳ ଆମେରିକା ଓ ଇସ୍ରାଏଲ ଭଳି ଦେଶ ବ୍ୟବହାର କରୁଛନ୍ତି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସେନାକୁ ହେଲିକପ୍ଟର ୧୫ ମାସ ବିଳମ୍ବରେ ମିଳୁଛି। ଏଣୁ ଡେଲିଭରୀ ମିଳିବାମାତ୍ରେ ଏଗୁଡିକୁ ମୁତୟନ କରିଦିଆଯିବ। ଆର୍ମି ଏଭିଏସନ କୋର ତାର ପ୍ରଥମ ଆପାଚେ ସ୍କ୍ୱାଡ୍ରନ ମାର୍ଚ୍ଚ ୨୦୨୪ରେ ସ୍ଥାପନା କରିଥିଲା। ଯୋଧପୁରରେ ସ୍ଥାପିତ ଏହି ସ୍କ୍ୱାଡ୍ରନକୁ ସ୍ଥାପନାର ୧୫ ମାସ ପରେ ବି ହେଲିକପ୍ଟର ମିଳି ନାହିଁ। ଏଣୁ ମିଳିବାମାତ୍ରେ ସ୍କ୍ୱାଡ୍ରନରେ ହେଲିକପ୍ଟର ମୁତୟନ ହେବ ବୋଲି ଜଣାପଡିଛି।
ଆପାଚେ ଏଏଚ୍-୬୪ଇ ଆଟାକ ହେଲିକପ୍ଟର ଆମେରିକାରୁ ଆସିବ। ୨୦୨୦ ମସିହାରେ ଏହି ହେଲିକପ୍ଟର ପାଇଁ ଭାରତ ଓ ଆମେରିକା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ସେହି ଅନୁସାରେ ୨୦୨୪ ମେ ଅଥବା ଜୁନ ମାସ ସୁଦ୍ଧା ହେଲିକପ୍ଚର ମିଳିଯିବ ବୋଲି ଆଶା କରାଯାଉଥିଲା। ଭାରତୀୟ ସେନାର ଏଭିଏସନ କୋରକୁ ଚଳିତମାସରେ ଏହି ହେଲିକପ୍ଚରର ପ୍ରଥମ ବ୍ୟାଚ୍ ମିଳିଯିବ ବୋଲି ଆଶା କରାଯାଉଛି।
ଆପାଚେ ଏଏଚ-୬୪ ଇ ଏକ ଆମେରିକୀୟ ଟ୍ୱିନ୍ ଟର୍ବୋସାଫ୍ଟ ଆଟାକ ହେଲିକପ୍ଟର। ଯେଉଁଥିରେ ଟେଲହ୍ୱିଲ ଟାଇପ୍ ଲ୍ୟାଣ୍ଡିଂ ଗିୟର ଓ ଦୁଇ ଜଣିଆ ଚାଳକ ଦଳଙ୍କ ପାଇଁ ଏକ କକପିଟ୍ ରହିଛି। ଏହାର ନୋଜରେ ଲାଗିଥିବା ସେନସର ନିର୍ଦ୍ଧାରିତ ଟାର୍ଗେଟକୁ ହାସଲ କରିବା ଓ ପାଇଲଟଙ୍କୁ ରାତିରେ ଦେଖିବାରେ ସହାୟତା କରେ। ଏଥିରେ ୩୦ଏମଏମର ଏମ୨୩୦ ଚେନଗନ୍ ଓ ଷ୍ଟୋର ଲାଗି ୪ଟି ହାର୍ଡ ପଏଣ୍ଟ ରହିଛି। ଯେଉଁଥିରୁ ଏଜିଏମ-୧୧୪ହେଲଫାୟାର ମିଜାଇଲ ଓ ହାଇଡ୍ରା-୭୦ ରକେଟ ଫାୟାର କରିହେବ। ଏବେ ଏହି ହେଲିକପ୍ଟରକୁ ଆମେରିକା ସେନା, ଇସ୍ରାଏଲ ସେନା, ବ୍ରିଟେନ ସେନା ଓ ସାଉଦୀ ଆରବ ସେନା ବ୍ୟବହାର କରୁଛନ୍ତି। ଏବେ ଭାରତୀୟ ସେନା ମଧ୍ୟ ଏହାକୁ ଶତ୍ରୁ ବିରୋଧରେ ଉପଯୋଗ କରିବ।