ପ୍ରଫେସର ଅଲ୍ଲୀ ଖାନଙ୍କୁ ଜାମିନ, ତଦନ୍ତ ପାଇଁ ଗଠନ ହେଲା SIT

ନୂଆଦିଲ୍ଲୀ ୨୧/୦୫: ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନ ମହମୁଦବାଦଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ । ତାଙ୍କ ଗିରଫଦାରୀ ବିରୋଧରେ ଦାୟର ଆବେଦନ ଉପରେ କୋର୍ଟ ପ୍ରଫେସରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ, ବୟାନର ତଦନ୍ତ ପାଇଁ ଏକ SIT ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନ ଉପରେ ରାୟ ଦେବା ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ସିଜେଏମ ସୋନିପତଙ୍କ ସନ୍ତୁଷ୍ଟି ଅନୁଯାୟୀ ଜାମିନ ବଣ୍ଡ ଦାଖଲ କରିବା ସର୍ତ୍ତରେ ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ ଲାଗି ନିର୍ଦ୍ଦେଶ ଦେଉଛୁ । ଉଭୟ ଏଫଆଇଆର ପାଇଁ କେବଳ ଗୋଟିଏ ସେଟ୍ ଜାମିନ ବଣ୍ଡ ରହିବ । ଏହା ବ୍ୟତୀତ, ଆମେ ଏହା ମଧ୍ୟ ନିର୍ଦ୍ଦେଶ ଦେଉଛୁ ଯେ ଏହି ମାମଲା ସହ ଜଡିତ ପ୍ରସଙ୍ଗ ଉପରେ କୌଣସି ଲେଖା କିମ୍ବା ଅନଲାଇନ୍ ପୋଷ୍ଟ କରିବେନି କି ବିବାଦୀୟ ଭାଷଣ ଦେବେନି । ଏହା ସହିତ, ଯାହା ଭାରତୀୟ ମାଟିରେ ଆତଙ୍କବାଦୀ ଆକ୍ରମଣ କିମ୍ବା ଆମ ଦେଶ ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟା ଉପରେ କୌଣସି ମନ୍ତବ୍ୟ ଦେବାରୁ ସେମାନଙ୍କୁ ବାରଣ କରାଯାଇଛି । ଏହା ବ୍ୟତୀତ, ଆବେଦନକାରୀଙ୍କୁ ତାଙ୍କର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ହରିୟାଣା ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇଟି ଆପତ୍ତିଜନକ ଅନଲାଇନ୍ ପୋଷ୍ଟ

ପ୍ରଫେସର ଅଲ୍ଲୀ ଖାନଙ୍କୁ ଜାମିନ, ତଦନ୍ତ ପାଇଁ ଗଠନ ହେଲା SIT

ନୂଆଦିଲ୍ଲୀ ୨୧/୦୫: ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନ ମହମୁଦବାଦଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ । ତାଙ୍କ ଗିରଫଦାରୀ ବିରୋଧରେ ଦାୟର ଆବେଦନ ଉପରେ କୋର୍ଟ ପ୍ରଫେସରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ, ବୟାନର ତଦନ୍ତ ପାଇଁ ଏକ SIT ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

ଆବେଦନ ଉପରେ ରାୟ ଦେବା ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ସିଜେଏମ ସୋନିପତଙ୍କ ସନ୍ତୁଷ୍ଟି ଅନୁଯାୟୀ ଜାମିନ ବଣ୍ଡ ଦାଖଲ କରିବା ସର୍ତ୍ତରେ ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ ଲାଗି ନିର୍ଦ୍ଦେଶ ଦେଉଛୁ । ଉଭୟ ଏଫଆଇଆର ପାଇଁ କେବଳ ଗୋଟିଏ ସେଟ୍ ଜାମିନ ବଣ୍ଡ ରହିବ । ଏହା ବ୍ୟତୀତ, ଆମେ ଏହା ମଧ୍ୟ ନିର୍ଦ୍ଦେଶ ଦେଉଛୁ ଯେ ଏହି ମାମଲା ସହ ଜଡିତ ପ୍ରସଙ୍ଗ ଉପରେ କୌଣସି ଲେଖା କିମ୍ବା ଅନଲାଇନ୍ ପୋଷ୍ଟ କରିବେନି କି ବିବାଦୀୟ ଭାଷଣ ଦେବେନି । 

ଏହା ସହିତ, ଯାହା ଭାରତୀୟ ମାଟିରେ ଆତଙ୍କବାଦୀ ଆକ୍ରମଣ କିମ୍ବା ଆମ ଦେଶ ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟା ଉପରେ କୌଣସି ମନ୍ତବ୍ୟ ଦେବାରୁ ସେମାନଙ୍କୁ ବାରଣ କରାଯାଇଛି । ଏହା ବ୍ୟତୀତ, ଆବେଦନକାରୀଙ୍କୁ ତାଙ୍କର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ହରିୟାଣା ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇଟି ଆପତ୍ତିଜନକ ଅନଲାଇନ୍ ପୋଷ୍ଟର ବିଷୟବସ୍ତୁକୁ ଦେଖି, ଆବେଦନକାରୀଙ୍କ ବିରୋଦ୍ଧରେ FIR ରୁଜୁ ହୋଇଥିଲା । ଆମେ ସନ୍ତୁଷ୍ଟ ଯେ ତଦନ୍ତ ସ୍ଥଗିତ ରଖିବା ପାଇଁ କୌଣସି ମାମଲା ନାହିଁ।

କୋର୍ଟ କହିଛନ୍ତି, ଆମେ ହରିୟାଣାର ଡିଜିପିଙ୍କୁ ୩ ଜଣ IPS ଅଧିକାରୀଙ୍କ ଏକ SIT  ଗଠନ କରିବାକୁ ନିର୍ଦ୍ଦେଶ ଦେଉଛୁ । ଯେଉଁମାନେ ହରିୟାଣା କିମ୍ବା ଦିଲ୍ଲୀର ନୁହଁନ୍ତି । SIT ଟିମ୍‌ ନେତୃତ୍ୱ ପୋଲିସ ମହାନିରୀକ୍ଷକ ନେବେ । ସଦସ୍ୟଙ୍କ ମଧ୍ୟରୁ ଜଣେ ମହିଳା ଅଧିକାରୀ ରହିବେ । କୋର୍ଟ ଏଥିପାଇଁ ୨୪ ଘଣ୍ଟା ସମୟ ଦେଇଛନ୍ତି । ସେହି ୨୪ ଘଣ୍ଟା ମଧ୍ୟରେ SIT ଟିମ୍  ଗଠନ କରାଯିବ ।