ଆନନ୍ଦପୁର ; ହୋଟେଲରେ ଖାଇ ସାରି ଟଙ୍କା ନଦେଇ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ବଜାରରେ ଜଣେ ହୋଟେଲ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମାଲିକ ଦେବାଶିଷ ସାହାଣୀ ଆହତ ହୋଇଛନ୍ତି । ଦେବାଶିଷ ୨୦ ନମ୍ବର ଜାତୀୟ ରାଜପଥର ଧକୋଠାରେ ମଟନ ପଏଣ୍ଟ ନାମରେ ଏକ ହୋଟେଲ କରିଛନ୍ତି । ସୂଚନା ଅନୂସାରେ  ଗତ ୨ ତାରିଖ ଦିନ ଧକୋଠା ନାହାଗୁଣା ଗାଁର କିଛି ଯୁବକ ହୋଟେଲରେ ଖାଇସାରିବା ପରେ ଟଙ୍କା ନଦେବାରୁ ବିବାଦ ଆରମ୍ଭ […] The post ଆନନ୍ଦପୁର ; ହୋଟେଲରେ ଖାଇ ସାରି ଟଙ୍କା ନଦେଇ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ appeared first on KNews Odisha.

ଆନନ୍ଦପୁର ; ହୋଟେଲରେ ଖାଇ ସାରି ଟଙ୍କା ନଦେଇ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ବଜାରରେ ଜଣେ ହୋଟେଲ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମାଲିକ ଦେବାଶିଷ ସାହାଣୀ ଆହତ ହୋଇଛନ୍ତି । ଦେବାଶିଷ ୨୦ ନମ୍ବର ଜାତୀୟ ରାଜପଥର ଧକୋଠାରେ ମଟନ ପଏଣ୍ଟ ନାମରେ ଏକ ହୋଟେଲ କରିଛନ୍ତି ।

ସୂଚନା ଅନୂସାରେ  ଗତ ୨ ତାରିଖ ଦିନ ଧକୋଠା ନାହାଗୁଣା ଗାଁର କିଛି ଯୁବକ ହୋଟେଲରେ ଖାଇସାରିବା ପରେ ଟଙ୍କା ନଦେବାରୁ ବିବାଦ ଆରମ୍ଭ ହୋଇଥିଲା । ସମ୍ପୃକ୍ତ ଯୁବକମାନେ ହୋଟେଲରେ ହଙ୍ଗାମା କରିବାରୁ ଦେବାଶିଷ ୧୧୨କୁ ଫୋନ କରିଥିଲେ । ଘସିପୁରା ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକମାନଙ୍କୁ ବୁଝାସୁଝା କରି ବିଦା କରିଦେଇଥିଲା ।

ଦେବାଶିଷ ଗତକାଲି ସଂଧ୍ୟା  ୭ଟା ବେଳେ ଧକୋଠା ବଜାରକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ଏହି ସମୟରେ ଧକୋଠାର ମୁନାପାତ୍ର, ନାହାଗୁଣାର ଲିଟୁ ପାତ୍ର, କାହ୍ନା ପାତ୍ରଙ୍କ ସମେତ ୭/୮ଜଣ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଦେବାଶିଷ ଏସମ୍ପର୍କରେ ଘସିପୁରା ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Also read :ଶ୍ରୀମନ୍ଦିରରେ ଗରମ ଡାଲି ପଡି ୫ ଭକ୍ତ ଆହତ, ପ୍ରବଳ ଭିଡ଼ ଯୋଗୁ ଅଘଟଣ

The post ଆନନ୍ଦପୁର ; ହୋଟେଲରେ ଖାଇ ସାରି ଟଙ୍କା ନଦେଇ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ appeared first on KNews Odisha.