ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ, ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର

ପୁରୀ : ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ । ଶ୍ରୀଜିଉଙ୍କ ହେବ ଘୋଡଲାଗି ବେଶ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା । ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ […] The post ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ, ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର appeared first on KNews Odisha.

ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ, ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର
puri

ପୁରୀ : ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ । ଶ୍ରୀଜିଉଙ୍କ ହେବ ଘୋଡଲାଗି ବେଶ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା । ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା ।  ପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା ।  ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଇଥିଲା ।

ଆଜି ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ ଲାଗି କରାଯାଇଛି । ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯିବ । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ ।  ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି ।  ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି ।  ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶ୍ରୀଜୀଉ ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ।

The post ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ, ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର appeared first on KNews Odisha.