କାଠଯୋଡ଼ି ରିସୋର୍ଟଠାରେ ରାଜ୍ୟସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତା

କଟକ: କାଠଯୋଡ଼ି ରିସୋର୍ଟ ଠାରେ ଅଲ୍ ଓଡ଼ିଶା ଆର୍ମ ରେସଲିଂ ଆସୋସିଏସନ୍ ଦ୍ଵାରା ୪୪ ତମ ରାଜ୍ୟସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ।ସମସ୍ତ ଓଜନ ବର୍ଗରେ ଏହି ପ୍ରତିଯୋଗୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ଆସନ୍ତା ଜୁନ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପୁନେ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତାରେ ଭାଗ ନେବେ। ବାହୁ କୁସ୍ତି ଖେଳାଳିମାନଙ୍କୁ ଆହୁରି ଦକ୍ଷ ସହ ଜାତୀୟସ୍ତରରେ ଖେଳିବା ପାଇଁ ଏହି ପ୍ରତିଯୋଗିତା ସହାୟ ହେବ ବୋଲି କହିଛନ୍ତି ଆୟୋଜକ ଓ ସଂଘର କର୍ମକର୍ତ୍ତା।

କାଠଯୋଡ଼ି ରିସୋର୍ଟଠାରେ ରାଜ୍ୟସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତା

କଟକ: କାଠଯୋଡ଼ି ରିସୋର୍ଟ ଠାରେ ଅଲ୍ ଓଡ଼ିଶା ଆର୍ମ ରେସଲିଂ ଆସୋସିଏସନ୍ ଦ୍ଵାରା ୪୪ ତମ ରାଜ୍ୟସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ।

ସମସ୍ତ ଓଜନ ବର୍ଗରେ ଏହି ପ୍ରତିଯୋଗୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ଆସନ୍ତା ଜୁନ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପୁନେ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ବାହୁ କୁସ୍ତି ପ୍ରତିଯୋଗିତାରେ ଭାଗ ନେବେ। ବାହୁ କୁସ୍ତି ଖେଳାଳିମାନଙ୍କୁ ଆହୁରି ଦକ୍ଷ ସହ ଜାତୀୟସ୍ତରରେ ଖେଳିବା ପାଇଁ ଏହି ପ୍ରତିଯୋଗିତା ସହାୟ ହେବ ବୋଲି କହିଛନ୍ତି ଆୟୋଜକ ଓ ସଂଘର କର୍ମକର୍ତ୍ତା।