ବେଆଇନ ଭାବରେ ଚାଲାଣ ହେଉଥିଲା,୮ଟି ବାଲି ବୋଝେଇ ହାଇୱା ଜବତ
ବୌଦ୍ଧ ୧୪/୭: ସହରରେ ବେଧଡକ ଚାଲିଛି ଚୋରା ବାଲି କାରବାର । ବାହାର ଜିଲ୍ଲାକୁ ବେଆଇନ ଭାବରେ ବାଲି ଚାଲାଣ ଉପରେ ଚଢାଉ କରି ୮ଟି ବାଲି ବୋଝେଇ ହାଇୱା ଜବତ କରିଛି ଆଦର୍ଶ ଥାନା ପୋଲିସ । ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ୪ଟି ବାଲି ବୋଝେଇ ହାଇୱା ଯାଉଥିବା ଦେଖି ସନ୍ଦେହରେ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେମାନଙ୍କ ପାଖରେ ସଠିକ କାଗଜପତ୍ର ନଥିବାରୁ ଗାଡି ଜବତ କରିଥିଲା ପୋଲିସ । କାଲେଶ୍ବର ବାଲି ଘାଟରୁ ଏହି ଗାଡି ଗୁଡିକ ବେଆଇନ ଭାବରେ ବାଲି ବୋଝେଇ କରି ଚାଲାଣ କରୁଥିବା ପୋଲିସ ଜାଣିବା ପରେ ସେଠାରେ ଚଢାଉ କରି ଆଉ ୪ଟି ହାଇୱା ଜବତ କରିଛି । ମୋଟ୍ ୮ଟି ହାଇୱା ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।