ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ନୂଆପଡ଼ା, ୧୫ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେରମେଲି ଗାଁ ବରପଡା ଛକଠାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରି ପାର୍ଶ୍ୱରେ ତାର ବାଡ କିମ୍ବା ପାଚେରି ନିର୍ମାଣ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଓ ମୌଖିକ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗାଁର ତିନିଛକ ହୋଇଥିବାରୁ ଜନଗହଳି ଲାଗିବା ସହ ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଣିଟାଙ୍କି ମଧ୍ୟ ରହିଛି ା ସୁରକ୍ଷା ବାଡ ନ ଥିବାରୁ ଅନେକ […] The post ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର appeared first on Dharitri Odia News.

ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ନୂଆପଡ଼ା, ୧୫ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେରମେଲି ଗାଁ ବରପଡା ଛକଠାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରି ପାର୍ଶ୍ୱରେ ତାର ବାଡ କିମ୍ବା ପାଚେରି ନିର୍ମାଣ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଓ ମୌଖିକ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗାଁର ତିନିଛକ ହୋଇଥିବାରୁ ଜନଗହଳି ଲାଗିବା ସହ ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଣିଟାଙ୍କି ମଧ୍ୟ ରହିଛି ା ସୁରକ୍ଷା ବାଡ ନ ଥିବାରୁ ଅନେକ ସମୟରେ ବନ୍ୟଜନ୍ତୁ ଓ ଗୃହ ପାଳିତ ଗାଈ, ମଇଁଷି, ଛେଳି,ମେଣ୍ଢା ଇତ୍ୟାଦି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି। ସେହି ରାସ୍ତା ନୂଆପଡା-ଟାନୱାଟ ଦେଇ ସୁନାବେଡାକୁ ସଂଯୋଗ କରିଛି। ଅଳ୍ପ ଦୂର ହୋଇଥିବାରୁ ଲୋକେ ସେହି ରାସ୍ତା ଦେଇ ନୂଆପଡାରୁ ସୁନାବେଡା ଯାଇଥାନ୍ତି। କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ୍‌ ବିଭାଗ ମୁକୁଳା ଟ୍ରାନ୍ସଫର୍ମର ଚାରି ପାର୍ଶ୍ୱରେ ତାରବାଡ କିମ୍ବା ପାଚେରି ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି ା

The post ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର appeared first on Dharitri Odia News.