ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ
ପାଟଣା,୧୦।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କିଛିଦିନ ଧରି ବନ୍ଦ ରହିଥିବରୁ ଓଏମ୍ସିରୁ ଲୁହା ପଥର ପରିବହନ ବନ୍ଦରହିଛି। ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, ଷଡ଼ଙ୍ଗୀ, କେନ୍ଦେକପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଯୋନ୍ର ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ନିକଟରେ ଟ୍ରକ ଅଟକାଇ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁସାରେ, କିଛିଟ୍ରକ୍ ମାଲିକମାନେ କେନ୍ଦୁଝର ଟ୍ରକ ମାଲିକ ସଂଘକୁ କିଛି ଦିନଧରି ବନ୍ଦ କରି ରଖିଥିବା ଯୋଗୁ […] The post ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ appeared first on Dharitri Odia News.
ପାଟଣା,୧୦।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କିଛିଦିନ ଧରି ବନ୍ଦ ରହିଥିବରୁ ଓଏମ୍ସିରୁ ଲୁହା ପଥର ପରିବହନ ବନ୍ଦରହିଛି। ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, ଷଡ଼ଙ୍ଗୀ, କେନ୍ଦେକପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଯୋନ୍ର ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ନିକଟରେ ଟ୍ରକ ଅଟକାଇ ଧାରଣାରେ ବସିଛନ୍ତି।
ଅଭିଯୋଗ ଅନୁସାରେ, କିଛିଟ୍ରକ୍ ମାଲିକମାନେ କେନ୍ଦୁଝର ଟ୍ରକ ମାଲିକ ସଂଘକୁ କିଛି ଦିନଧରି ବନ୍ଦ କରି ରଖିଥିବା ଯୋଗୁ ଟୋକନ ବାହାରି ପାରୁନାହିଁ। ଫଳରେ ଲୁହା ପଥର ପରିବହନ ହୋଇ ନପାରି ଟ୍ରକଗୁଡିକ ଛିଡାହୋଇ ରହିଛି। ଏଥିସହ ଟ୍ରକ ମାଲିକ ସଂଘ ବନ୍ଦଥିବା ସତ୍ତ୍ୱେ କେନ୍ଦୁଝର ଅଞ୍ଚଳର କିଛି ମାଲିକଙ୍କ ଗାଡି ଓଏମସିରୁ ଲୁହାପଥର ଲୋଡ଼ କରି ପରିବହନ କରୁଥିବାରୁ ଉକ୍ତ ଗାଡିଗୁଡିକୁ ଅଟକ ରଖିଛନ୍ତି। କିପରି ଲୁହାପଥର ପରିବହନ ପାଇଁ ଟୋକନ ମିଳୁଛି ତାହାର ତଦନ୍ତ ପାଇଁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ ଓ ଏସ୍ପିଙ୍କ ନିକଟରେ ଟ୍ରକ୍ ମାଲିକମାନେ ଦାବି କରି ଆନ୍ଦୋଳନରେ ବସିଛନ୍ତି। ଶାନ୍ତି ଶଙ୍ଖଳା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଆନ୍ଦୋଳନରେ ଉତ୍ତମ ଖଟୁଆ ପ୍ରଦୀପ କୁମାର ସାହୁ, ଯତୀନ୍ଦ୍ର କୁମାର ଦାଶ,ସବ୍ୟସାଚୀ ସାହୁ, କ୍ଷୀରୋଦ ପୃଷ୍ଟି, ଅଞ୍ଜନ ସାହୁ, ଅବନୀ ସାହୁ ,ଅଯୋଧ୍ୟା ପୃଷ୍ଟି,ମଣି ସୁନ୍ଦର ସାହୁ, ହୃଷିକେଶ ମହାନ୍ତ,ତୁଷାର କାନ୍ତ ସାହୁ ବାବିଲାଲ ସାହୁ , ବିକାଶ କୁମାର ସେଠୀ ଓ ପ୍ରତାପ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।
The post ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ appeared first on Dharitri Odia News.