ଆୟୁଷ୍ମାନ୍ ଭାରତ ଯୋଜନା ଶୁଭାରମ୍ଭ
କର୍ଲାମୁଣ୍ଡା,୧୧ା୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହୋଇଛି। ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସ.ମାଲପଡ଼ା ସରପଞ୍ଚ ବରୁଣ ଛତ୍ରିଆ, ତେରେସିଙ୍ଗା ସରପଞ୍ଚ ପ୍ରମୋଦ କୁମାର ସୁନା, ଡାକ୍ତର ମଧୁସ୍ମିତା ପତି, ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର […] The post ଆୟୁଷ୍ମାନ୍ ଭାରତ ଯୋଜନା ଶୁଭାରମ୍ଭ appeared first on Dharitri Odia News.
କର୍ଲାମୁଣ୍ଡା,୧୧ା୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହୋଇଛି। ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସ.ମାଲପଡ଼ା ସରପଞ୍ଚ ବରୁଣ ଛତ୍ରିଆ, ତେରେସିଙ୍ଗା ସରପଞ୍ଚ ପ୍ରମୋଦ କୁମାର ସୁନା, ଡାକ୍ତର ମଧୁସ୍ମିତା ପତି, ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଭିଡିଓ କନ୍ଫରେନି୍ସଂରେ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ହିତାଧିକାରୀ ଦେଖିଥିଲେ। ସେହିପରି ରେଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ନୋଡାଲ ଅଫିସର ଡାକ୍ତର ଆଶିଷ କୁମାର ଧରୁଆ, ରେଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଗୋଲକେଶ ପ୍ରସାଦ ମନ୍ତ୍ରୀ, ସାପଲହରା ପଞ୍ଚାୟତ ସରପଞ୍ଚ ରାଜେଶ୍ୱରୀ ସାହୁ ପ୍ରମୁଖ ଯୋଗଦେଇଥିଲେ।
The post ଆୟୁଷ୍ମାନ୍ ଭାରତ ଯୋଜନା ଶୁଭାରମ୍ଭ appeared first on Dharitri Odia News.