‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’
ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍ ଚାଲିନାହିଁ। ଓ୍ବକଫ୍ ବିଲ୍କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍ପି ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଦଳ ଦୁଇଫାଳ ହୋଇଯାଇଛି। ଏଭଳି ସ୍ଥିତିରେ ଭାଜପା ଦଳକୁ ଟାର୍ଗେଟ କରୁଥିବା ଦେଖାଯାଉଛି। ଏବେ ଭାଜପାର ବିଧାୟକ ତଥା ମନ୍ତ୍ରୀ ଥିବା ସମ୍ପଦ ସ୍ବାଇଁ ବଡ଼ ବୟାନ ଦେଇଛନ୍ତି। ସବୁ ବିଜେଡି ନେତା ଭାଜପାରେ ସାମିଲ ହେବାକୁ […] The post ‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’ appeared first on Dharitri Odia News.
ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍ ଚାଲିନାହିଁ। ଓ୍ବକଫ୍ ବିଲ୍କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍ପି ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଦଳ ଦୁଇଫାଳ ହୋଇଯାଇଛି। ଏଭଳି ସ୍ଥିତିରେ ଭାଜପା ଦଳକୁ ଟାର୍ଗେଟ କରୁଥିବା ଦେଖାଯାଉଛି।
ଏବେ ଭାଜପାର ବିଧାୟକ ତଥା ମନ୍ତ୍ରୀ ଥିବା ସମ୍ପଦ ସ୍ବାଇଁ ବଡ଼ ବୟାନ ଦେଇଛନ୍ତି। ସବୁ ବିଜେଡି ନେତା ଭାଜପାରେ ସାମିଲ ହେବାକୁ ଚାହୁଁଛନ୍ତି। ଶୀର୍ଷ ନେତୃବୃନ୍ଦରୁ ନେଇ ତଳସ୍ତର ଯାଏ ସବୁ ଯୋଗାଯୋଗରେ ଅଛନ୍ତି। ହେଲେ ଭାଜପା କାହାକୁ ଗ୍ରହଣ କରିବ, ନ କରିବ ତାହା ବରିଷ୍ଠ ନେତୃବୃନ୍ଦ ନିଷ୍ପତ୍ତି ନେବେ। ଅଳ୍ପ ଦିନରେ ବିଜେଡି ବିଲୁପ୍ତ ହୋଇଯିବ। ବିରୋଧୀ ଦଳରେ ରହିବାକୁ ବିଜେଡି ନେତାମାନଙ୍କୁ ଭଲ ଲାଗୁନି ବୋଲି ସେ କହିଛନ୍ତି।
ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ପୂର୍ବରୁ ବି ରଖିଥିଲେ, ଏବେ ବି ସେ ଗୃହବନ୍ଦୀ ଅଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି। ମିଳିତ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଥିବା ନରସିଂହ କହିଛନ୍ତି।
The post ‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’ appeared first on Dharitri Odia News.