ଡ. ତାପସ ନାଲ୍କୋର ନୂତନ ନିର୍ଦ୍ଦେଶକ
ଭୁବନେଶ୍ୱର,୪।୧ (ଅଭୟ ଦାଶ): କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ର (ରିଫାଇନେରି ଡିଭିଜନ) ମୁଖ୍ୟାଳୟଠାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଭାବେ କାର୍ଯ୍ୟ କରୁଥିଲେ। ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ସାଂଗଠନିକ ଲକ୍ଷ୍ୟ ସହ ମେଳ ଖାଉଥିବା ଅଭିନବ କାର୍ଯ୍ୟଶୈଳୀଗୁଡ଼ିକର […] The post ଡ. ତାପସ ନାଲ୍କୋର ନୂତନ ନିର୍ଦ୍ଦେଶକ appeared first on Dharitri Odia News.
ଭୁବନେଶ୍ୱର,୪।୧ (ଅଭୟ ଦାଶ): କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ର (ରିଫାଇନେରି ଡିଭିଜନ) ମୁଖ୍ୟାଳୟଠାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଭାବେ କାର୍ଯ୍ୟ କରୁଥିଲେ।
ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ସାଂଗଠନିକ ଲକ୍ଷ୍ୟ ସହ ମେଳ ଖାଉଥିବା ଅଭିନବ କାର୍ଯ୍ୟଶୈଳୀଗୁଡ଼ିକର ଉପଯୋଗ ନିମନ୍ତେ ଡ. ତାପସ କୁମାର ପଟ୍ଟନାୟକ ଅଗ୍ରାଧିକାର ଦେଇଥାନ୍ତି। ନାଲ୍କୋରେ ଡ. ପଟ୍ଟନାୟକ ମାନବ ସମ୍ବଳ ବିଭାଗର ଦାୟିତ୍ୱ ବହନ କରିବା ସହ ପ୍ରତିଭା ଅଧିଗ୍ରହଣ, କର୍ମଚାରୀ ଦକ୍ଷତା ବିକାଶ, ସାଂଗଠନିକ ପ୍ରଭାବଶୀଳତା ଏବଂ ନାଲ୍କୋର ମାନବ ସମ୍ବଳ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ। ସେହିପରି ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନାଲ୍କୋ ସିଏମ୍ଡି ସଞ୍ଜୟ ଲୋହିଆ ଡ. ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ନୂତନତା ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି, ଯାହାକି ସଂଗଠନର କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।
The post ଡ. ତାପସ ନାଲ୍କୋର ନୂତନ ନିର୍ଦ୍ଦେଶକ appeared first on Dharitri Odia News.