ସିଙ୍ଗାପୁରର ଟ୍ରାଭେଲ ଆଡ୍ଭାଇଜରି ଜାରି: ଅତି ଜରୁରୀ ନ ଥିଲେ…
ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ମଧ୍ୟ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରି ଜାରି କରିଛି। ଅତି ଜରୁରୀ ନ ଥିଲେ ପାକିସ୍ତାନ ଏବଂ ଭାରତର ଜମ୍ମୁ-କଶ୍ମୀରକୁ ନ ଯିବା ପାଇଁ ସିଙ୍ଗାପୁର ନିଜର ନାଗରିକଙ୍କୁ ପରାମର୍ଶ ଦେଇଛି। ସେହିପରି ଭାରତ ଏବଂ ପାକିସ୍ତାନରେ ଥିବା ସିଙ୍ଗାପୁରର ନାଗରିକଙ୍କୁ ସତର୍କ ରହିବା ସହ ଭିଡ଼ ଥିବା ସ୍ଥାନକୁ ନ ଯିବା ପାଇଁ ଏହି ଆଡ୍ଭାଇଜରିରେ କୁହାଯାଇଛି। ସ୍ଥାନୀୟ […] The post ସିଙ୍ଗାପୁରର ଟ୍ରାଭେଲ ଆଡ୍ଭାଇଜରି ଜାରି: ଅତି ଜରୁରୀ ନ ଥିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ମଧ୍ୟ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରି ଜାରି କରିଛି।
ଅତି ଜରୁରୀ ନ ଥିଲେ ପାକିସ୍ତାନ ଏବଂ ଭାରତର ଜମ୍ମୁ-କଶ୍ମୀରକୁ ନ ଯିବା ପାଇଁ ସିଙ୍ଗାପୁର ନିଜର ନାଗରିକଙ୍କୁ ପରାମର୍ଶ ଦେଇଛି। ସେହିପରି ଭାରତ ଏବଂ ପାକିସ୍ତାନରେ ଥିବା ସିଙ୍ଗାପୁରର ନାଗରିକଙ୍କୁ ସତର୍କ ରହିବା ସହ ଭିଡ଼ ଥିବା ସ୍ଥାନକୁ ନ ଯିବା ପାଇଁ ଏହି ଆଡ୍ଭାଇଜରିରେ କୁହାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବା ସହ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଭାରତ ଏବଂ ପାକିସ୍ତାନରେ ଥିବା ନିଜ ନାଗରିକଙ୍କୁ ସିଙ୍ଗାପୁର ପରାମର୍ଶ ଦେଇଛି।
The post ସିଙ୍ଗାପୁରର ଟ୍ରାଭେଲ ଆଡ୍ଭାଇଜରି ଜାରି: ଅତି ଜରୁରୀ ନ ଥିଲେ… appeared first on Dharitri Odia News.