ଜୀବନରୁ ମାରିଦେବି କହି ଡିଟୋନେଟର ଖଞ୍ଜିଥିଲେ, ଶୋଇଥିବା ବେଳେ ହେଲା ବିସ୍ଫୋରଣ, ତା ପରେ…
ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଇ. ମୁନା ଦୋରାଙ୍କ ଘରକୁ ଡିଟୋନେଟର ସାହାଯ୍ୟରେ ବିସ୍ଫୋରଣ ଘଟାଇ ତାଙ୍କ ସପରିବାରକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗୁରୁବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋକର୍ଣ୍ଣପୁର ଗ୍ରାମର ଏସ. ସିମା ଦୋରାଙ୍କ ପୁଅ ଏସ. କୁନା ଓରଫ ଟୁନା ଦୋରା। ଥାନା ମାମଲା ନଂ.୨୩୧/୨୫ ଗିରଫ ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ […] The post ଜୀବନରୁ ମାରିଦେବି କହି ଡିଟୋନେଟର ଖଞ୍ଜିଥିଲେ, ଶୋଇଥିବା ବେଳେ ହେଲା ବିସ୍ଫୋରଣ, ତା ପରେ… appeared first on Dharitri Odia News.
ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଇ. ମୁନା ଦୋରାଙ୍କ ଘରକୁ ଡିଟୋନେଟର ସାହାଯ୍ୟରେ ବିସ୍ଫୋରଣ ଘଟାଇ ତାଙ୍କ ସପରିବାରକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗୁରୁବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋକର୍ଣ୍ଣପୁର ଗ୍ରାମର ଏସ. ସିମା ଦୋରାଙ୍କ ପୁଅ ଏସ. କୁନା ଓରଫ ଟୁନା ଦୋରା। ଥାନା ମାମଲା ନଂ.୨୩୧/୨୫ ଗିରଫ ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ଗତ କିଛିବର୍ଷ ହେଲା ଧାର ଟଙ୍କାର ସୁଧ ଫେରସ୍ତକୁ ନେଇ ଉଭୟ ମୁନା ଏବଂ କୁନାଙ୍କ ପରିବାର ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା। ଟଙ୍କା ନ ଦେଲେ କୁନା ଅଭିଯୋଗକାରୀ ମୁନା ଓ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଗତ ମଙ୍ଗଳବାର ଭୋର ସମୟରେ ମୁନାଙ୍କ ପରିବାରଲୋକେ ଘରେ ଶୋଇଥିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣା ଯାଇଥିଲା। ଏହା ଶୁଣି ମୁନା ବାହାରକୁ ଆସି ଦେଖିବା ମାତ୍ରେ ଏକ ଡିଟୋନେଟର ବ୍ୟାଟେରୀ, କିଛି ତାର ପଡିଥିବା ଦେଖିଥିଲେ। ଏଥିସହ ତାଙ୍କ କାନ୍ଥ ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ। ଘଟଣା ପରଦିନ ଇ. ମୁନା ଦୋରା ଥାନାରେ ଏତଲା ଦେଇଥିଲେ।ଏତଲା ଭିତ୍ତିରେ ପୋଲିସର ତଦନ୍ତ ସମୟରେ ଗୋଟିଏ ସେଟ ବ୍ୟାଟେରୀ, ବିଦ୍ୟୁତ ତାର ଏବଂ ଗୋଟିଏ ବୈଦୁତିକ ବୋର୍ଡ ଘଟଣା ସ୍ଥଳରୁ ଜବତ କରିଥିବା ବେଳେ ବୁଧବାର ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଥିବା ଜଣାପଡ଼ିଛି।
The post ଜୀବନରୁ ମାରିଦେବି କହି ଡିଟୋନେଟର ଖଞ୍ଜିଥିଲେ, ଶୋଇଥିବା ବେଳେ ହେଲା ବିସ୍ଫୋରଣ, ତା ପରେ… appeared first on Dharitri Odia News.