Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ

ଛତ୍ରପୁର,୧୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣରେ Alivridleଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର Alivridle କଇଁଚଙ୍କ ସମାଗମ ହୋଇଛି। ସେମାନେ ରାତିରେ ଆସି ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାଉଥିବା ବେଳେ ମଙ୍ଗଳବାର ଦିନରେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ହଜାର ହଜାର Alivridle କଇଁଚ ସମୁଦ୍ର ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରୁଛନ୍ତି, ଯାହାକି ବିରଳ ଘଟଣା ଅଟେ। ବର୍ତ୍ତମାନ […] The post Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ appeared first on Dharitri Odia News.

Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ

ଛତ୍ରପୁର,୧୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣରେ Alivridleଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର Alivridle କଇଁଚଙ୍କ ସମାଗମ ହୋଇଛି। ସେମାନେ ରାତିରେ ଆସି ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାଉଥିବା ବେଳେ ମଙ୍ଗଳବାର ଦିନରେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ହଜାର ହଜାର Alivridle କଇଁଚ ସମୁଦ୍ର ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରୁଛନ୍ତି, ଯାହାକି ବିରଳ ଘଟଣା ଅଟେ।
ବର୍ତ୍ତମାନ ପାଗ ଅନୁକୂଳ ରହିଛି। ଧୀରେ ଧୀରେ ଦକ୍ଷିଣା ପବନ ଆରମ୍ଭ ହେଲାଣି ଏଣୁ ଗତଥର ଅପେକ୍ଷା ଏଥର ଲକ୍ଷାଧିକ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତିନି ଦିନରେ ୨ଲକ୍ଷ ୧୮ ହଜାର ୮୩୦ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ଗଣଅଣ୍ଡାଦାନ ହୋଇ ନ ଥିଲା। କିନ୍ତୁ ଚଳିତବର୍ଷ ଗଣଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ସୁଦର ଦେଶରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ପୁରୁଣାବନ୍ଧଠାରୁ ବଟେଶର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିା ସହ ବ୍ୟାରିକେଟ କରାଯାଇଛି ।
ଗୋଟିଏ କଇଁଛ ଆନୁମାନିକ ୧୨୦ ରୁ ୧୫୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ରକୁ ଚାଲି ଯାଇଥାଏ। ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଆନ୍ତି। ଶହେ ମିଟର ବ୍ୟବଧାନରେ ଗୋଟାଏ ଲେଖାଏ ୫୦ଟି ସେଗମେଣ୍ଟ କରାଯିବା ସହ ସହ ୮ଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ। ବେଳାଭୂମିର ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି। ଫଳରେ କୁକୁର ଓ ବିଲୁଆ ସେହି ସ୍ଥାନକୁ ଯାଇ ପାରିବେ ନାହିଁ। ପ୍ରତିଦିନ ବୋଟ ମାଧ୍ୟମରେ ଫରେଷ୍ଟର୍‌ଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ମିଳନ ପର୍ବ ଠାରୁ ଆରମ୍ଭ କରି ବର୍ତ୍ତମାନ ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସୂଚନା ମିଳିଛି। କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ବନ ବିଭାଗ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି। ନଭେମ୍ବର ୧ ମେ ୩୧ ପ୍ରଯ୍ୟନ୍ତ ସମୁଦ୍ର ଉପକୁଳ ଆର୍ଯ୍ୟପଲ୍ଲୀରୁ ପ୍ରୟାଗି ୨୦ କିମିକୁ ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି। ୨୦୨୪ରେ ଅଣ୍ଡା ଦାନ ହୋଇ ନ ଥିଲା। ଚଳିତ ବର୍ଷ ରେକର୍ଡ ସଂଖ୍ୟାକ ଗଣ ଅଣ୍ଡାଦାନ ହେବ ବୋଲି ଆଶା ରଖିଛନ୍ତି ବନ ବିଭାଗ। ଏହାକୁ ଦେଖିବା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି।

The post Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ appeared first on Dharitri Odia News.