ଇଜିପ୍ଟରୁ ମିଳିଲା ୫୦୦୦ ବର୍ଷ ତଳ ପୁରୁଣା ମଦ ହାଣ୍ଡି, ରହିଥିଲା ରାଣୀଙ୍କ କବର ତଳେ

ନୂଆଦିଲ୍ଲୀ: ସାଢ଼େ ପାଞ୍ଚ ହଜାର ଖ୍ରୀଷ୍ଟପୂର୍ବେ ଇଜିପ୍ଟରେ ମାନବ ସଭ୍ୟତା କଥା ଅନେକ ସମୟରେ ଚର୍ଚ୍ଚାକୁ ଆସିଛି। ଇଜିପ୍ଟର ପିରାମିଡ୍‌ ହେଉ ଅବା ପୁଣି ପିରାମିଡ୍‌ ଭିତରେ ରଖାଯାଉଥିବା ରାଜାଙ୍କ କବର ହେଉ, ପୁଣି ଫାରୋଙ୍କୁ ନେଇ ମଧ୍ୟ ଅନେକ ସମୟରେ ‌ବେଶ୍‌ ରୋଚକ ତଥ୍ୟ ସାମ୍ନାକୁ ଆସିଛି।ତେବେ ନିକଟରେ ପ୍ରତ୍ନତତ୍ତ୍ବବିତ୍‌ମାନେ ଇଜିପ୍ଟର ପ୍ରଥମ ରାଣୀ ମିର-ନିଥ୍‌ଙ୍କ କବର ନିକଟରୁ କିଛି ରୋଚକ ବସ୍ତୁର ଖୋଜ୍ କରିଛନ୍ତି। ଏହି ସବୁ ସାମଗ୍ରୀ ମଧ୍ୟରେ ରହିଛି ଏକାଧିକ ବଡ଼ ମଦ ହାଣ୍ଡି।ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରାୟ ୫୯୦୦ ବର୍ଷ ତଳେ ବା ୨୯୫୦ ଖ୍ରୀଷ୍ଟପୂର୍ବେ ମିରଟ-ନିଥ୍‌ଙ୍କ ଜୀବନଶୈଳୀ କିଭଳି ଥିଲା। ଅବଶ୍ୟ ଜଣେ ଶାସକ ବା ଫାରୋହ ଭାବରେ ତାଙ୍କର ଭୂମିକା ବିଷୟରେ ସଠିକ୍‌ କୁହାଯାଇପାରିନାହିଁ। କାରଣ ଇତିହାସରେ ଏହା ମଧ୍ୟ କୁହାଯାଇଛି ଯେ, ସୋବେକନେଫେରରୁ ହେଉଛନ୍ତ ପ୍ରଥମ ରାଣୀ।ସୂଚନାଥାଉକି, ୟୁନିର୍ଭିସିଟି ଅଫ୍‌ ଭିଏନାର କ୍ରିଷ୍ଟିଆନା କୋହଲରଙ୍କ ନେତୃତ୍ବରେ ଏକ ଅନ୍ତର୍ଜାତୀୟ ପ୍ରତ୍ନତାତ୍ତ୍ବବିତ୍‌ଙ୍କ ଟିମ୍‌, ଇଜିପ୍ଟର ପର୍ଯ୍ୟଟନ ମନ୍ତ୍ରାଳୟ ସହଭାଗିତାରେ ଥିବା ଆବିଡସର ରୟାଲ ନେକ୍ରୋପଲିସ୍‌ ଠାରେ ଥିବା ମିରଟ-ନିଥ୍‌ଙ୍କ କବରରୁ ଏହି ଖୋଜ୍‌ କରାଯାଇଥିଲା। ଆଉ ଏଠାରେ ଥିବା ମିରଟ-ନିଥ୍‌ଙ୍କ କବରରୁ ହିଁ ଏହି ସବୁ ପାତ୍ର ମିଳିଛି। ତାଙ୍କୁ ପୁରୁଷ ଫାରୋଙ୍କ କବର ମଧ୍ୟରେ କବର ଦିଆଯାଇଥିଲା।ଖାଲି ସ

ଇଜିପ୍ଟରୁ ମିଳିଲା ୫୦୦୦ ବର୍ଷ ତଳ ପୁରୁଣା ମଦ ହାଣ୍ଡି, ରହିଥିଲା ରାଣୀଙ୍କ କବର ତଳେ

ନୂଆଦିଲ୍ଲୀ: ସାଢ଼େ ପାଞ୍ଚ ହଜାର ଖ୍ରୀଷ୍ଟପୂର୍ବେ ଇଜିପ୍ଟରେ ମାନବ ସଭ୍ୟତା କଥା ଅନେକ ସମୟରେ ଚର୍ଚ୍ଚାକୁ ଆସିଛି। ଇଜିପ୍ଟର ପିରାମିଡ୍‌ ହେଉ ଅବା ପୁଣି ପିରାମିଡ୍‌ ଭିତରେ ରଖାଯାଉଥିବା ରାଜାଙ୍କ କବର ହେଉ, ପୁଣି ଫାରୋଙ୍କୁ ନେଇ ମଧ୍ୟ ଅନେକ ସମୟରେ ‌ବେଶ୍‌ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ତେବେ ନିକଟରେ ପ୍ରତ୍ନତତ୍ତ୍ବବିତ୍‌ମାନେ ଇଜିପ୍ଟର ପ୍ରଥମ ରାଣୀ ମିର-ନିଥ୍‌ଙ୍କ କବର ନିକଟରୁ କିଛି ରୋଚକ ବସ୍ତୁର ଖୋଜ୍ କରିଛନ୍ତି। ଏହି ସବୁ ସାମଗ୍ରୀ ମଧ୍ୟରେ ରହିଛି ଏକାଧିକ ବଡ଼ ମଦ ହାଣ୍ଡି।ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରାୟ ୫୯୦୦ ବର୍ଷ ତଳେ ବା ୨୯୫୦ ଖ୍ରୀଷ୍ଟପୂର୍ବେ ମିରଟ-ନିଥ୍‌ଙ୍କ ଜୀବନଶୈଳୀ କିଭଳି ଥିଲା। ଅବଶ୍ୟ ଜଣେ ଶାସକ ବା ଫାରୋହ ଭାବରେ ତାଙ୍କର ଭୂମିକା ବିଷୟରେ ସଠିକ୍‌ କୁହାଯାଇପାରିନାହିଁ। କାରଣ ଇତିହାସରେ ଏହା ମଧ୍ୟ କୁହାଯାଇଛି ଯେ, ସୋବେକନେଫେରରୁ ହେଉଛନ୍ତ ପ୍ରଥମ ରାଣୀ।

ସୂଚନାଥାଉକି, ୟୁନିର୍ଭିସିଟି ଅଫ୍‌ ଭିଏନାର କ୍ରିଷ୍ଟିଆନା କୋହଲରଙ୍କ ନେତୃତ୍ବରେ ଏକ ଅନ୍ତର୍ଜାତୀୟ ପ୍ରତ୍ନତାତ୍ତ୍ବବିତ୍‌ଙ୍କ ଟିମ୍‌, ଇଜିପ୍ଟର ପର୍ଯ୍ୟଟନ ମନ୍ତ୍ରାଳୟ ସହଭାଗିତାରେ ଥିବା ଆବିଡସର ରୟାଲ ନେକ୍ରୋପଲିସ୍‌ ଠାରେ ଥିବା ମିରଟ-ନିଥ୍‌ଙ୍କ କବରରୁ ଏହି ଖୋଜ୍‌ କରାଯାଇଥିଲା। ଆଉ ଏଠାରେ ଥିବା ମିରଟ-ନିଥ୍‌ଙ୍କ କବରରୁ ହିଁ ଏହି ସବୁ ପାତ୍ର ମିଳିଛି। ତାଙ୍କୁ ପୁରୁଷ ଫାରୋଙ୍କ କବର ମଧ୍ୟରେ କବର ଦିଆଯାଇଥିଲା।

ଖାଲି ସେତିକି ନୁହେଁ ଏହା ସହ ତାଙ୍କ କବର ନିକଟରେ ଉଲ୍ଲେଖନୀୟ ସମୃଦ୍ଧି ଏବଂ ତୁଳନୀୟ ଆକାର ପ୍ରଦର୍ଶିତ କରାଯାଇଛି। ଯେଉଁଥିରୁ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ସମ୍ଭବତଃ ସେ ମିରଟ ନିଜ ସମୟରେ ସବୁଠୁ ପ୍ରଭାବଶାଳୀ ମହିଳା ଥିଲେ। କାରଣ ତାଙ୍କ କବର ନିକଟରେ ୪୧ ସେବକଙ୍କୁ ମଧ୍ୟ କବର ଦିଆଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ, ତାଙ୍କ କବର ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣ ହୋଇଥିଲା। ଏବେବି ଏହି ରାଣୀଙ୍କ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଖୋଜ୍‌ ଚାଲିଛି। ତେବେ ମଦ ହାଣ୍ଡି ବ୍ୟତୀତ ସେଠାରୁ ଅଙ୍ଗୁର ମଞ୍ଜି ଏବଂ ଅନ୍ୟ ମଦର ମଧ୍ୟ ଅବଶେଷ ମିଳିଥିଲା। ଆହୁରି ମଧ୍ୟ ଶିଳାଲେଖରୁ ରାଣୀଙ୍କ ମହତ୍ବକୁ ରେଖାଙ୍କିତ କରୁଛି।