ମହାରାଷ୍ଟ୍ରରୁ ଔରଙ୍ଗଜେବର ସମାଧି ଉଖାଡ଼ି ଦେବା ଉଚିତ୍: ବିଜେପି ସାଂସଦ ନବନୀତ ରାଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଔରଙ୍ଗଜେବ୍‌ ସମାଧି ହଟାଅ। ଏହି ଦାବି କରିଛନ୍ତି ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ  ନବନୀତ ରାଣା। ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ମୁଗଲ ଶାସକଙ୍କୁ ପ୍ରଶଂସା କରିବା ପରେ ଏହାର ଜବାବ ଦେଇ ନବନୀତ ରାଣା ଏପରି କହିଛନ୍ତି। ଏକ ଭିଡିଓ ମେସେଜ୍ ଦେଇ ରାଣା କହିଛନ୍ତି ଅବୁ ଆଜମୀଙ୍କ ପରି ଲୋକମାନେ ଥିଏଟରକୁ ଯାଇ ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଛାଭା' ଦେଖିବା ଉଚିତ। ମହାରାଷ୍ଟ୍ରର ରାଜା ସମ୍ଭାଜୀ ମହାରାଜଙ୍କ ପ୍ରତି ଔରଙ୍ଗଜେବ କିପରି ବ୍ୟବହାର ଏବଂ ନିର୍ଯାତନା ଦେଇଥିଲେ ତାହା ଏମାନଙ୍କୁ ଦେଖିବା ଦରକାର ବୋଲି କହିଛନ୍ତି ନବନୀତ। କେବଳ ସେତିକି ନୁହେଁ, ଭିଡିଓ ମେସେଜ୍‌ରେ ରାଣା ମହାରାଷ୍ଟ୍ର ସରକାରଙ୍କୁ ଔରଙ୍ଗଜେବଙ୍କ କବରକୁ ଓପାଡ଼ି ଦେବାକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଔରଙ୍ଗଜେବଙ୍କୁ ଭଲ ପାଆନ୍ତି ସେମାନେ ତାଙ୍କ କବରକୁ ନିଜ ଘରେ ସଜାଇବା ଉଚିତ ବୋଲି ନବନୀତ ରାଣା କହିଛନ୍ତି।ସେ କହିଛନ୍ତି “ଯେଉଁ ରାଜ୍ୟରେ ଆପଣ ପାଞ୍ଚ ବର୍ଷ ପାଇଁ ବିଧାନସଭାରେ ବସିବା ପାଇଁ ନିର୍ବାଚିତ ହୋଇଛନ୍ତି, ସେହି ରାଜ୍ୟରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସମ୍ଭାଜୀ ମହାରାଜ ଶାସନ କରିଥିଲେ। ଆପଣଙ୍କ ପରି ଲୋକମାନେ ଆମ ରାଜାଙ୍କ ସହିତ ଔରଙ୍ଗଜେବ କ'ଣ କରିଥିଲେ ତାହା ଦେଖିବା ପାଇଁ 'ଛାଭା' ଚଳଚ୍ଚିତ୍ର ଦେଖିବା ଉଚିତ। ମୁଁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଯେପରି ଔ

ମହାରାଷ୍ଟ୍ରରୁ ଔରଙ୍ଗଜେବର ସମାଧି ଉଖାଡ଼ି ଦେବା ଉଚିତ୍: ବିଜେପି ସାଂସଦ ନବନୀତ ରାଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଔରଙ୍ଗଜେବ୍‌ ସମାଧି ହଟାଅ। ଏହି ଦାବି କରିଛନ୍ତି ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ  ନବନୀତ ରାଣା। ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ମୁଗଲ ଶାସକଙ୍କୁ ପ୍ରଶଂସା କରିବା ପରେ ଏହାର ଜବାବ ଦେଇ ନବନୀତ ରାଣା ଏପରି କହିଛନ୍ତି। ଏକ ଭିଡିଓ ମେସେଜ୍ ଦେଇ ରାଣା କହିଛନ୍ତି ଅବୁ ଆଜମୀଙ୍କ ପରି ଲୋକମାନେ ଥିଏଟରକୁ ଯାଇ ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଛାଭା' ଦେଖିବା ଉଚିତ। ମହାରାଷ୍ଟ୍ରର ରାଜା ସମ୍ଭାଜୀ ମହାରାଜଙ୍କ ପ୍ରତି ଔରଙ୍ଗଜେବ କିପରି ବ୍ୟବହାର ଏବଂ ନିର୍ଯାତନା ଦେଇଥିଲେ ତାହା ଏମାନଙ୍କୁ ଦେଖିବା ଦରକାର ବୋଲି କହିଛନ୍ତି ନବନୀତ। 

କେବଳ ସେତିକି ନୁହେଁ, ଭିଡିଓ ମେସେଜ୍‌ରେ ରାଣା ମହାରାଷ୍ଟ୍ର ସରକାରଙ୍କୁ ଔରଙ୍ଗଜେବଙ୍କ କବରକୁ ଓପାଡ଼ି ଦେବାକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଔରଙ୍ଗଜେବଙ୍କୁ ଭଲ ପାଆନ୍ତି ସେମାନେ ତାଙ୍କ କବରକୁ ନିଜ ଘରେ ସଜାଇବା ଉଚିତ ବୋଲି ନବନୀତ ରାଣା କହିଛନ୍ତି।

ସେ କହିଛନ୍ତି “ଯେଉଁ ରାଜ୍ୟରେ ଆପଣ ପାଞ୍ଚ ବର୍ଷ ପାଇଁ ବିଧାନସଭାରେ ବସିବା ପାଇଁ ନିର୍ବାଚିତ ହୋଇଛନ୍ତି, ସେହି ରାଜ୍ୟରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସମ୍ଭାଜୀ ମହାରାଜ ଶାସନ କରିଥିଲେ। ଆପଣଙ୍କ ପରି ଲୋକମାନେ ଆମ ରାଜାଙ୍କ ସହିତ ଔରଙ୍ଗଜେବ କ'ଣ କରିଥିଲେ ତାହା ଦେଖିବା ପାଇଁ 'ଛାଭା' ଚଳଚ୍ଚିତ୍ର ଦେଖିବା ଉଚିତ। ମୁଁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଯେପରି ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଆମର ଭଗବାନ ସମ୍ଭାଜୀ ମହାରାଜଙ୍କ ନାମରେ ରଖାଯାଇଥିଲା, ସେହିପରି ଔରଙ୍ଗଜେବଙ୍କ ସମାଧିକୁ ମଧ୍ୟ ଭାଙ୍ଗି ଦିଆଯାଉ। ଯେଉଁମାନେ ଔରଙ୍ଗଜେବଙ୍କୁ ଭଲ ପାଆନ୍ତି ସେମାନେ ନିଜ ଘରେ ତାଙ୍କ ସମାଧିକୁ ସଜାଇବା ଉଚିତ।” 

ପଢନ୍ତୁ- ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ ୟୁନିଭର୍ସିଟି

ବର୍ତ୍ତମାନେ ଦେଶର ସିନେମା ହଲ୍‌ଗୁଡ଼ିକରେ ଭିକି କୌଶଲଙ୍କର ‘ଛାବା’ ସିନେମା ସଫଳତାର ସହ ଆଗେଇ ଚାଲିଛି। ସିନେମାଟି ବକ୍ସ ଅଫିସ୍‌ରେ ଧମଲା କରୁଥିବା ବେଳେ ଦର୍ଶକଙ୍କ ହୃଦୟରେ ବି ରାଜ୍ କରୁଛି। ଏହାପରେ ଦେଶରେ ଔରଙ୍ଗଜେବ୍‌ର ନିଷ୍ଠୁରତାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। 

ଯାହାକୁ ନେଇ ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ। ଔରଙ୍ଗଜେବ୍ ନିଷ୍ଠରୁ ରାଜା ନଥିଲେ, ସେ ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଆବୁ ଆଜମୀ କହିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଆଜମୀଙ୍କ ଔରଙ୍ଗଜେବଙ୍କ ଶାସନକୁ ମହିମାଣ୍ଡିତ କରୁଥିବା ବୟାନ ଓ ଇତିହାସକୁ ବିକୃତ କରାଯାଇଥିବା ତାଙ୍କର ଦାବି ଅନେକଙ୍କୁ ପସନ୍ଦ ଆସିନଥିଲା। ଏହାପରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି।

ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଅବୁ ଆଜମୀଙ୍କୁ ସମାଲୋଚନା କରିଥିଲେ। ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ କହିଥିଲେ “ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ ୪୦ ଦିନ ଧରି ନିର୍ଯାତନା ଦେଇଥିବା, ତାଙ୍କର ନଖ ଉପାଡ଼ିଥିବା, ତାଙ୍କର ଆଖି ବାହାର କରିଥିବା, ତାଙ୍କର ଚମଡ଼ା କାଢ଼ି ଦେଇଥିବା, ତାଙ୍କର ଜିଭ କାଟି ଦେଇଥିବା ଔରଙ୍ଗଜେବଙ୍କ ପ୍ରଶଂସା କରିବା ଏକ ମହାପାପ। ଏଥିପାଇଁ ଆବୁ ଆଜମି କ୍ଷମା ମାଗିବା ଉଚିତ।”