ମହାନଦୀ ଜଳ ବିବାଦ : ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ତୁଟିପାରେ ସବୁ ବିବାଦ

ଭୁବନେଶ୍ୱର ୦୨।୦୭ : ମହାନଦୀ ଜଳ ବିବାଦକୁ ନେଇ ଆଜି ଟ୍ରିବ୍ୟୁନାଲର ଶୁଣାଣି ହେବ। ଛତିଶଗଡ଼ ଏବଂ ଓଡ଼ିଶା ମଧ୍ଯରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା ଉପରେ ଟ୍ରିବ୍ୟୁନାଲ ଆଜି କି ନିଷ୍ପତ୍ତି ନେବେ, ତାହା ଉପରେ ଓଡ଼ିଶା ସରକାରଙ୍କ ନଜର ରହିଛି । ନିକଟରେ ମହାନଦୀ ଜଳ ବିବାଦ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତ ସ୍ତରୀୟ ବୈଠକ ବସିଥିଲା । ମହାନଦୀ ନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ସହଯୋଗରେ ଉଭୟ ରାଜ୍ୟ ଆପୋଷ ବୁଝାମଣା କରିବା ନେଇ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। 