ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲାଗୁହେବ ସ୍ଲଟ ବୁକିଂ!
ପୁରୀ : ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିବେ ଶ୍ରଦ୍ଧାଳୁ I ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ଗଜପତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ଏହାଦ୍ବାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ […]

ପୁରୀ : ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିବେ ଶ୍ରଦ୍ଧାଳୁ I ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ଗଜପତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ଏହାଦ୍ବାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି।
ଗୁରୁବାର ଗଣମାଧ୍ୟମକୁ ସେ କହିଛନ୍ତି ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଶ୍ରଦ୍ଧାଳୁଙ୍କୁ ଆଉ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସ୍ଲଟ୍ ବୁକିଂ କରିଥିବା ଲୋକେ ଅଭ୍ୟର୍ଥନା ପ୍ରକୋଷ୍ଠରେ ଅପେକ୍ଷା କରିବେ। ଦର୍ଶନ ପାଇଁ ସେମାନଙ୍କୁ ଆଗୁଆ ଦିଆଯାଇଥିବା ସମୟ ଆସିଲେ ଭିତରକୁ ଛଡ଼ାଯିବ। ଏଥିପାଇଁ ଆଗ୍ରହୀ ବ୍ୟକ୍ତି ନିଜ ମୋବାଇଲ ଫୋନରେ ସ୍ଲଟ୍ ବୁକିଂ କରିପାରିବେ ବୋଲି ସେ କହିଛନ୍ତି। ତେବେ ଏହା ଫାଇନାଲ ହୋଇନି, ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଗଜପତି ଭେଟିବେ ବୋଲି ସୂଚନା ରହିଛି। ସେହିପରି ଶ୍ରୀମନ୍ଦିର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୫ ଶହ କୋଟିର କର୍ପସ୍ ପାଣ୍ଠିର ପରିମାଣ ବୃଦ୍ଧି କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମହାପ୍ରଭୁଙ୍କ ସେବାପୂଜା ପାଇଁ ସରକାରଙ୍କ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।