ଆଉ ଏକ ସିକୁଏଲ୍
୧୯୯୭ରେ ରିଲିଜ୍ ହୋଇଥିବା ବ୍ଲକ୍ବଷ୍ଟର ଫିଲ୍ମ ‘ବଡର’ର ସିକୁଏଲ୍ ଆସିବାକୁ ଯାଉଛି । ଯାହାର ସୂଚନା ନିଜେ ସନି ଦେୱଲ ଦେଇଛନ୍ତି । ଏହାର ଆନାଉନ୍ସମେଣ୍ଟ ଭିଡିଓ ସନି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ୨୭ ବର୍ଷ ପରେ ଜଣେ ସୈନିକ ତାର କଥା ରଖିବାକୁ ଆସୁଛି । ଭାରତର ସବୁଠାରୁ ବଡ ଯୁଦ୍ଧ ଫିଲ୍ମ ବଡର ୨ ଖୁବଶୀଘ୍ର ଆସିବ ବୋଲି ସନି ସୂଚନା ଦେଇଛନ୍ତି । […]

୧୯୯୭ରେ ରିଲିଜ୍ ହୋଇଥିବା ବ୍ଲକ୍ବଷ୍ଟର ଫିଲ୍ମ ‘ବଡର’ର ସିକୁଏଲ୍ ଆସିବାକୁ ଯାଉଛି । ଯାହାର ସୂଚନା ନିଜେ ସନି ଦେୱଲ ଦେଇଛନ୍ତି । ଏହାର ଆନାଉନ୍ସମେଣ୍ଟ ଭିଡିଓ ସନି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ୨୭ ବର୍ଷ ପରେ ଜଣେ ସୈନିକ ତାର କଥା ରଖିବାକୁ ଆସୁଛି । ଭାରତର ସବୁଠାରୁ ବଡ ଯୁଦ୍ଧ ଫିଲ୍ମ ବଡର ୨ ଖୁବଶୀଘ୍ର ଆସିବ ବୋଲି ସନି ସୂଚନା ଦେଇଛନ୍ତି । ଜାରି ହୋଇଥିବା ଭିଡିଓରେ ଖାଲି ସନି ଦେୱଲଙ୍କ କଣ୍ଠ ସ୍ୱର ଶୁଣିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଭାର ଅନୁରାଗ ସିଂ ସମ୍ଭାଳୁଥିବାବେଳେ ଅନ୍ୟ କଳାକାରଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ନଜର ଆସିବେ ବୋଲି ଜଣା ପଡିଛି । ଅନେକ ସମୟ ହେଲା ଫିଲ୍ମର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ତେବେ ଫିଲ୍ମ କେବେ ରିଲିଜ୍ ହେବ ସେନେଇ କୌଣସି ତଥ୍ୟ ନାହିଁ । ଗଦରର ସଫଳତା ପରେ ସନିଙ୍କର ଆଉ ଏକ ସିକୁଏଲକୁ ନେଇ ତାଙ୍କ ଫ୍ୟାନ ବେଶ୍ ଉତ୍ସୁକ ଅଛନ୍ତି । ସିଲଭର ସ୍କ୍ରିନ୍ରେ ପୁଣି ଥରେ ସନିଙ୍କର ଜଲୱା ଦେଖିବାକୁ ସେମାନେ ଅପେକ୍ଷା କରିଥିବା ସୋସିଆଲ ମିଡିଆରେ ମତ ଦେଉଛନ୍ତି ।