ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ
ଢେଙ୍କାନାଳ:ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା। ସେହି ସମୟରେ […]

ଢେଙ୍କାନାଳ:ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଛନ୍ତି ।
ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା।
ସେହି ସମୟରେ ଭିଜିଲାନ୍ସ ଦଳ ମହିଳା ଅବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ। ସେ ଏତେ ଟଙ୍କା ରଖିବାର ସନ୍ତୋଷଜନକ ହିସାବ ଦେଇପାରି ନ ଥିବାରୁ, ତାଙ୍କ ନିକଟରୁ ଟଙ୍କା ସହ ଗାଡ଼ି ଜବତ କରାଯାଇଥିଲା।