ଛତିଶଗଡ଼ ରାଇଗଡ଼ରେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୬ ଗିରଫ
ରାୟପୁର: ଛତିଶଗଡ଼ର ରାଇଗଡ଼ରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଏହି ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି। ସୂଚନାନୁସାରେ, ପୀଡ଼ିତା (୨୭)ଜଣକ ସ୍ବାମୀ ପରିତ୍ୟକ୍ତା ଅଟନ୍ତି। ପୁସୌର ସାପ୍ତାହିକ ହାଟକୁ ନିଜର କେତେକ ସମ୍ପର୍କୀୟଙ୍କ ସହ ହାଟରେ ଲାଗିଥିବା ମୀନାବଜାର ଦେଖିବାକୁ ଯାଇଥିଲେ। ସେଠାରୁ ସେ ନିଜର ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ଫେରିବା ବେଳେ ଅଧାରାସ୍ତାରେ ଅନ୍ୟ ୭ଜଣ ତାଙ୍କୁ ପିଛା କରିଥିଲେ। ରାସ୍ତାରେ ସାଥୀରେ ଥିବା […]

ରାୟପୁର: ଛତିଶଗଡ଼ର ରାଇଗଡ଼ରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଏହି ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି। ସୂଚନାନୁସାରେ, ପୀଡ଼ିତା (୨୭)ଜଣକ ସ୍ବାମୀ ପରିତ୍ୟକ୍ତା ଅଟନ୍ତି। ପୁସୌର ସାପ୍ତାହିକ ହାଟକୁ ନିଜର କେତେକ ସମ୍ପର୍କୀୟଙ୍କ ସହ ହାଟରେ ଲାଗିଥିବା ମୀନାବଜାର ଦେଖିବାକୁ ଯାଇଥିଲେ। ସେଠାରୁ ସେ ନିଜର ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ଫେରିବା ବେଳେ ଅଧାରାସ୍ତାରେ ଅନ୍ୟ ୭ଜଣ ତାଙ୍କୁ ପିଛା କରିଥିଲେ। ରାସ୍ତାରେ ସାଥୀରେ ଥିବା ପୁରୁଷ ସମ୍ପର୍କୀୟଙ୍କ ସମେତ ଅନ୍ୟ ୭ଜଣ ମିଶି ଯୁବତୀଙ୍କୁ ଟାଣିନେଇଥିଲେ ଏବଂ ଏକ ପୋଖରୀ ହୁଡ଼ାରେ ଦୁଷ୍କର୍ମ କରିଥିଲେ। ସେଠାରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଦେଇ ପଳାଇଥିଲେ। ପରେ ପୀଡ଼ିତା ଜଣକ ଥାନାରେ ପହଞ୍ଚି ଘଟଣା ବିଷୟରେ ପୁଲିସ୍କୁ କହିଥିଲେ। ୮ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କ ପରିଚୟ ଦେଇଥିଲେ। ପୀଡ଼ିତାଙ୍କ ସୂଚନା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୭୦(୧), ୩୫୧(୨)ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।