ବାଂଲାଦେଶରୁ ଫେରିବେ ଓଡ଼ିଆ ଶ୍ରମିକ – ଶ୍ରମମନ୍ତ୍ରୀ
ଭୁବନେଶ୍ୱର: ବାଂଲାଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଶ୍ରମ ମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେଠାକାର ହିଂସାରେ ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଇବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଖୁବ ଶୀଘ୍ର ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଫେରାଇ ଅଣାଯିବ ବୋଲି କହିଛନ୍ତି ରାଜ୍ୟ […]

ଭୁବନେଶ୍ୱର: ବାଂଲାଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଶ୍ରମ ମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେଠାକାର ହିଂସାରେ ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଇବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଖୁବ ଶୀଘ୍ର ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଫେରାଇ ଅଣାଯିବ ବୋଲି କହିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଛି । ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ରହିଛନ୍ତି ତାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ଏ ନେଇ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଶ୍ରମିକମାନଙ୍କ ତାଲିକା ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଶ୍ରମିକମାନେ ଆଇନଗତ ହିସାବରେ ଯାଇଥିବେ ତେବେ ସେମାନଙ୍କୁ ଅଣାଯାଇ ପାରିବ । କିନ୍ତୁ ଯେଉଁମାନେ ବେଆଇନ ଭାବରେ ଯାଇଥିବେ ତେବେ ଦେଶ ଦେଶ ମଧ୍ୟରେ ଥିବା ସମନ୍ୱୟ ଆଧାରରେ ଅଣାଯିବ ବୋଲି ସେ କହିଛନ୍ତି ।
ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଓ ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଫେରାଇ ଅଣାଯିବ ବୋଲି କହିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।