ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରି ଗୁଜରାଟର ୨ ଶ୍ରମିକ ଗିରଫ

ଗାନ୍ଧୀନଗର: ଗୁଜରା‌ଟର ବୋଟାଦ ଜିଲ୍ଲାରେ ଓଖା-ଭାବନଗର ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରି ୨ ଜଣ ଋଣଗ୍ରସ୍ତ କୃଷି ଶ୍ରମିକ ଗିରଫ ହୋଇଛନ୍ତି। ସେମାନେ ଯାତ୍ରୀଙ୍କଠାରୁ ଲୁଟ୍‌ କରିବାପାଇଁ ଯୋଜନା କରି ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ଜୟେଶ ନଗରଭାଇ ବୱାଲିୟା (୨୪) ଏବଂ ରମେଶ କାଞ୍ଜି ସଲିୟା (୫୫)। ସେମାନେ ୟୁଟ୍ୟୁବ୍‌ରେ ଭିଡିଓ ଦେଖି ଯାତ୍ରୀଙ୍କଠାରୁ ଲୁଟ୍‌ କରିବାପାଇଁ ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଦେଶର […]

ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରି ଗୁଜରାଟର ୨ ଶ୍ରମିକ ଗିରଫ

ଗାନ୍ଧୀନଗର: ଗୁଜରା‌ଟର ବୋଟାଦ ଜିଲ୍ଲାରେ ଓଖା-ଭାବନଗର ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରି ୨ ଜଣ ଋଣଗ୍ରସ୍ତ କୃଷି ଶ୍ରମିକ ଗିରଫ ହୋଇଛନ୍ତି। ସେମାନେ ଯାତ୍ରୀଙ୍କଠାରୁ ଲୁଟ୍‌ କରିବାପାଇଁ ଯୋଜନା କରି ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ଜୟେଶ ନଗରଭାଇ ବୱାଲିୟା (୨୪) ଏବଂ ରମେଶ କାଞ୍ଜି ସଲିୟା (୫୫)। ସେମାନେ ୟୁଟ୍ୟୁବ୍‌ରେ ଭିଡିଓ ଦେଖି ଯାତ୍ରୀଙ୍କଠାରୁ ଲୁଟ୍‌ କରିବାପାଇଁ ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ପାଇଁ ଉଦ୍ୟମ ହେଉଥିବା ବେଳେ ଏଭଳି ସମୟରେ ୨ ଜଣ ବ୍ୟକ୍ତି ଲୁଟ୍‌ ପାଇଁ ଯୋଜନା କରି ଟ୍ରେନ୍‌ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିବା ଘଟଣାକୁ ଖୁବ୍‌ ଗୁରୁତ୍ବର ସହ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୫ ତାରିଖରେ ଏହି ଦୁର୍ଘଟଣା ହୋଇଥିଲା। ପୁଲିସ ଅନୁଯାୟୀ ଅଭିଯୁକ୍ତ ୟୁଟ୍ୟୁବ୍‌ରେ କିଭଳି ଟ୍ରେନ୍‌ ଲାଇନଚ୍ୟୁତ କରାଯିବ ସେହି ଭିଡିଓ ଦେଖିଥିଲେ।