ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ

ବାଲେଶ୍ୱର : ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ । ଆୟାବହିର୍ଭୁତ ସଂପାଥି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ସୂଚନାନୁସାରେ, ଗତକାଲି କଟକ ଭିଜିଲାନ୍ସ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ବାଲେଶ୍ୱର କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ଉରେ ୧୧ ଜଣ […]

ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ
ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ

ବାଲେଶ୍ୱର : ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ । ଆୟାବହିର୍ଭୁତ ସଂପାଥି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।

ସୂଚନାନୁସାରେ, ଗତକାଲି କଟକ ଭିଜିଲାନ୍ସ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ବାଲେଶ୍ୱର କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ । ଚଢ଼ଉ ବେଳେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ, ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍, ବ୍ରହ୍ମପୁର ଏସବିଆଇରେ ଗୋଟିଏ ଲକର, ଗୋଟିଏ ଚାରିଚକିଆ ଓ ଗୋଟିଏ ଦୁଇଚକିଆ ଗାଡ଼ିର ମୂଲ୍ୟାୟନ କରିଥିଲା ଭିଜିଲାନ୍ସ। ଜବତ ସମ୍ପତ୍ତିର ସଠିକ ତଥ୍ୟ ଦେଇ ନପାରିବାରୁ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।