ଯୁବକଙ୍କୁ ଗଳା କାଟି ହତ୍ୟା
ପୁରୀ : ରାସ୍ତା କଡ଼ରୁ ଉଦ୍ଧାର ହେଲା ଯୁବକଙ୍କ ଗଳା କଟା ଅବସ୍ଥାରେ ମୃତଦେହ I ଯୁବକଙ୍କ ପରିଚୟ ମିଳି ପରି ନଥିବାବେଳେ ତାଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି Iପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ,ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଏହି ମୃତ ଦେହଟି ପଡିଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଦେହ ହାତ,ବେକ, ମୁଣ୍ଡରେ କଟାଦାଗ ରହିଛି। ଘଟଣା ସ୍ଥଳୀରେ ସମୁଦ୍ରକୂଳ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ […]

ପୁରୀ : ରାସ୍ତା କଡ଼ରୁ ଉଦ୍ଧାର ହେଲା ଯୁବକଙ୍କ ଗଳା କଟା ଅବସ୍ଥାରେ ମୃତଦେହ I ଯୁବକଙ୍କ ପରିଚୟ ମିଳି ପରି ନଥିବାବେଳେ ତାଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି Iପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ,ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଏହି ମୃତ ଦେହଟି ପଡିଥିବାର ଦେଖିବାକୁ ମିଳିଥିଲା ।
ମୃତ ଯୁବକଙ୍କ ଦେହ ହାତ,ବେକ, ମୁଣ୍ଡରେ କଟାଦାଗ ରହିଛି। ଘଟଣା ସ୍ଥଳୀରେ ସମୁଦ୍ରକୂଳ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତି ଜଣଙ୍କ କିଏ ତାଙ୍କ ନାଁ କଣ ଏବଂ କିଏ ତାଙ୍କୁ ଏଭଳି ହତ୍ୟା କଲା ଏନେଇ ସମୁଦ୍ରକୁଳ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି। ମୃତକ ବାଲିଗୁଆଳିର ବୋଲି କୁହାଯାଉଛି। ନିଶା କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସନ୍ଦେହ କରୁଛି।