ବିପୁଳ ପରିମାଣରେ ବ୍ରାଉନ ସୁଗର ଜବତ ସହ ୨ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ପୁଣି ଜବତ ହେଲା ୫୦ ଲକ୍ଷ ଟଙ୍କାର ଧଳାଜହର। ଏହି ମାମଲାରେ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧୫ ଗ୍ରାମର ଧଳାଜହର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ଅଞ୍ଚଳର ସାହିଲ ମହମ୍ମଦ,ଜାହାଙ୍ଗୀର ମହମ୍ମଦ । ଖଣ୍ଡଗିରି ନାକାଗେଟ୍‌ ଛକ ଅଞ୍ଚଳରୁ ଏହି ୨ ବେପାରୀଙ୍କୁ ଗିରଫ […]

ବିପୁଳ ପରିମାଣରେ ବ୍ରାଉନ ସୁଗର ଜବତ ସହ ୨ ବେପାରୀ ଗିରଫ
ବିପୁଳ ପରିମାଣରେ ବ୍ରାଉନ ସୁଗର ଜବତ ସହ ୨ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ପୁଣି ଜବତ ହେଲା ୫୦ ଲକ୍ଷ ଟଙ୍କାର ଧଳାଜହର। ଏହି ମାମଲାରେ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧୫ ଗ୍ରାମର ଧଳାଜହର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ଅଞ୍ଚଳର ସାହିଲ ମହମ୍ମଦ,ଜାହାଙ୍ଗୀର ମହମ୍ମଦ । ଖଣ୍ଡଗିରି ନାକାଗେଟ୍‌ ଛକ ଅଞ୍ଚଳରୁ ଏହି ୨ ବେପାରୀଙ୍କୁ ଗିରଫ କରାଯାଇଛି ।

ସୂଚନାନୁସାରେ,ବାଲେଶ୍ୱର ଅଞ୍ଚଳରୁ ଆସିଥିବା ଏହି ୨ ବେପାରୀ ସାଙ୍ଗରେ ଆଣିଥିବା ୫୧୫ ଗ୍ରାମ ବ୍ରାଉନ ସୁଗରକୁ ଖଣ୍ଡଗିରି ନିକଟରେ ଚାଲାଣ ପାଇଁ ଯୋଜନା କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା କମିଶନରେଟ ପୋଲିସ । ଏନେଇ ଯୋଜନା ମୁତାବକ ସେଠାରେ କମିଶନରେଟ ପୋଲିସ ର ଏକ ୟୁନିଟ ଅତର୍କିତ ଚଢ଼ାଉ କରି ୨ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ସହ ୩ ହଜାର ଟଙ୍କା ଜବତ କରିଛି । ପୋଲିସ ୨ ଜଣଙ୍କୁ ଗିରଫ କରି ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।