ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତାମିଳନାଡ଼ୁର କାଲ୍ଲାକୁରିଚିରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଅସୁସ୍ଥ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କାଲ୍ଲାକୁରିଚି ଜିଲ୍ଲାପାଳ ଶ୍ରବଣ କୁମାର କହିଛନ୍ତି ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ପୁଲିସ ଅନୁଯାୟୀ କିଛି ଦିନ ମଜୁରିଆ ଗତକାଲି ରାତିରେ କରୁଣାପୁରମରେ ବିଷାକ୍ତ ମଦ ପିଇଥିଲେ। ସେମାନେ ଘରେ ପହଞ୍ଚିବାପରେ ମୁଣ୍ଡ ବିନ୍ଧା, ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କୁ […]

ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତାମିଳନାଡ଼ୁର କାଲ୍ଲାକୁରିଚିରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଅସୁସ୍ଥ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କାଲ୍ଲାକୁରିଚି ଜିଲ୍ଲାପାଳ ଶ୍ରବଣ କୁମାର କହିଛନ୍ତି ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ପୁଲିସ ଅନୁଯାୟୀ କିଛି ଦିନ ମଜୁରିଆ ଗତକାଲି ରାତିରେ କରୁଣାପୁରମରେ ବିଷାକ୍ତ ମଦ ପିଇଥିଲେ। ସେମାନେ ଘରେ ପହଞ୍ଚିବାପରେ ମୁଣ୍ଡ ବିନ୍ଧା, ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କୁ ତୁରନ୍ତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୩୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ୨୦ରୁ ଅଧିକ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି।