ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା!

ଭୁବନେଶ୍ୱର,୧୩ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ନବୀନ ନିବାସରେ ଏକ ବୈଠକର ଆୟୋଜନ କରାଯାଇଛି। ଉକ୍ତ ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। ଏହି ବୈଠକକୁ ହାଇ ଭୋଲଟେଜ୍‌ ନେତାମାନଙ୍କୁ ଡକାଯାଇଛି। ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏହି ବୈଠକକୁ ଡକାଯାଇଥିବା ସୂଚନା ମିଳିଛି। ସେହିପରି ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ […] The post ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା! appeared first on Dharitri Odia News.

ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା!

ଭୁବନେଶ୍ୱର,୧୩ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ନବୀନ ନିବାସରେ ଏକ ବୈଠକର ଆୟୋଜନ କରାଯାଇଛି। ଉକ୍ତ ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। ଏହି ବୈଠକକୁ ହାଇ ଭୋଲଟେଜ୍‌ ନେତାମାନଙ୍କୁ ଡକାଯାଇଛି। ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏହି ବୈଠକକୁ ଡକାଯାଇଥିବା ସୂଚନା ମିଳିଛି।

ସେହିପରି ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ବୁଧବାର ଭାଜପା ପକ୍ଷରୁ ବୈଠକ ଚାଲିଛି। ଉକ୍ତ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା।

The post ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା! appeared first on Dharitri Odia News.