କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ

ଭଗବାନ ସବୁଠି ପହଞ୍ଚି ପାରନ୍ତି ନାହିଁ ବୋଲି ସାହାର ଦେବା ପାଇଁ ମାଆ ପଠାଇଥାନ୍ତି। ମାଆର ସ୍ଥାନ ଆଜିଯାଏଁ କେହି ବି ନେଇ ପାରି ନାହାନ୍ତି। ମାଆର କାନିରେ ସେଇ ତୃପ୍ତି ଥାଏ ଯାହା ରେଶମୀ ଶେଯରେ ନ ଥାଏ। ମାଆର ସ୍ନେହରେ ସେହି ପ୍ରେମ ଥାଏ ଯାହା କାହା ପାଖରେ ମିଳେନା। ସେହିପରି ମାଆର ହାତ ପରଷାରେ ସେହି ଅମୃତ ଥାଏ ଯାହା ହୋଟେଲ ରେଷ୍ଟୁରାଣ୍ଟରେ ମିଳେନା। ନିକଟରେ ଚାଇନାର ଗୋଟିଏ ଛୋଟ ପୁଅ କ୍ୟାନସରରେ […] The post କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ appeared first on Dharitri Odia News.

କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ

ଭଗବାନ ସବୁଠି ପହଞ୍ଚି ପାରନ୍ତି ନାହିଁ ବୋଲି ସାହାର ଦେବା ପାଇଁ ମାଆ ପଠାଇଥାନ୍ତି। ମାଆର ସ୍ଥାନ ଆଜିଯାଏଁ କେହି ବି ନେଇ ପାରି ନାହାନ୍ତି। ମାଆର କାନିରେ ସେଇ ତୃପ୍ତି ଥାଏ ଯାହା ରେଶମୀ ଶେଯରେ ନ ଥାଏ। ମାଆର ସ୍ନେହରେ ସେହି ପ୍ରେମ ଥାଏ ଯାହା କାହା ପାଖରେ ମିଳେନା। ସେହିପରି ମାଆର ହାତ ପରଷାରେ ସେହି ଅମୃତ ଥାଏ ଯାହା ହୋଟେଲ ରେଷ୍ଟୁରାଣ୍ଟରେ ମିଳେନା। ନିକଟରେ ଚାଇନାର ଗୋଟିଏ ଛୋଟ ପୁଅ କ୍ୟାନସରରେ ପୀଡିତ ତା’ ମାଆକୁ ହରାଇଛନ୍ତି। କିନ୍ତୁ ତାଙ୍କ ସହ କିଛି ଏପରି ଘଟିଛି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଳ ହୋଇଛି।

ବ୍ରେଷ୍ଟ କ୍ୟାନସରରେ ପୀଡିତ ହୋଇ ଚାଲିଯାଇଛନ୍ତି ମାଆ। ହେଲେ ମାଆ ଚାଲିଯିବାର ୮ମାସ ପରେ ମଧ୍ୟ ମାଆକୁ ଝୁରି ହେଉଛନ୍ତି ପୁଅ। ଘଟଣାର ଭିଡିଓ ପିଲାଟିର ବାପା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବ୍ୟକ୍ତିଜଣକ ପୁଅର ଥାଳରେ ମୋମୋ ପରଷୁଛନ୍ତି। ହେଲେ ପିଲାଟି ମୋମୋକୁ ଦେଖିବା ମାତ୍ରେ ଖୁସି ହେଉ ନାହିଁ। ପ୍ରଥମେ ଘଣ୍ଟାଘଣ୍ଟା ଧରି ମୋମା ପ୍ଲେଟକୁ ଚାହିଁ ରହୁଛି। ଏହାପରେ ତାଙ୍କ ଆଖିରୁ ଲୁହ ବନ୍ଦ ହେଉନାହିଁ। କିଛି ସମୟ ପରେ ସେ ନ ଖାଇ ଖାଇବା ପ୍ଲେଟରୁ ଉଠିକି ଚାଲି ଯାଉଛନ୍ତି।

ଏସମ୍ପର୍କରେ ବ୍ୟକ୍ତିଜଣକ କହିଛନ୍ତି, ମୋମୋକୁ ପିଲାଟିର ମାଆ ପ୍ରସ୍ତୁତ କରିଥିଲେ। ଏହା ତାଙ୍କ ମାଆର ଶେଷ ହାତରନ୍ଧା ଖାଦ୍ୟ ଥିଲା। ଏହାକୁ ପ୍ରିଜଭ ରଖିବା ପାଇଁ ବ୍ୟକ୍ତିଜଣକ ତାକୁ ଫ୍ରିଜରେ ରଖିଥିଲେ। କିନ୍ତୁ ଖରାପ ହୋଇଯିବା ଭୟରେ ତାକୁ ଖାଇନେବା ପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ପୁଅକୁ ଖାଇବାକୁ ଦେବାରୁ ସେ ଏହାକୁ ନ ଖାଇ କାନ୍ଦିବାକୁ ଲାଗିଥିଲା।

The post କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ appeared first on Dharitri Odia News.