ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା…

ଶ୍ରୀନଗର,୬।୬: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଚେନାବ ବ୍ରିଜ୍‌ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି, ତାହା ବ୍ରିଟିଶମାନେ ମଧ୍ୟ କରିପାରି ନ ଥିଲେ। ଚେନାବ ବ୍ରିଜ୍‌ ପ୍ରକଳ୍ପର ସମାପ୍ତି ଦେଖିବା ସମସ୍ତଙ୍କର ସ୍ବପ୍ନ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍‌ର ଉଦଘାଟନ କରିଛନ୍ତି। ଏହି […] The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା… appeared first on Dharitri Odia News.

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା…

ଶ୍ରୀନଗର,୬।୬: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଚେନାବ ବ୍ରିଜ୍‌ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି, ତାହା ବ୍ରିଟିଶମାନେ ମଧ୍ୟ କରିପାରି ନ ଥିଲେ। ଚେନାବ ବ୍ରିଜ୍‌ ପ୍ରକଳ୍ପର ସମାପ୍ତି ଦେଖିବା ସମସ୍ତଙ୍କର ସ୍ବପ୍ନ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ପୂରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍‌ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍‌ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍‌ ଭାବରେ ବିବେଚନା କରାଯାଏ। ଏହି ବ୍ରିଜ୍‌ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଧାନମନ୍ତ୍ରୀ ମୋଦି ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ୍‌ରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଶଂସା କରି କହିଛନ୍ତି, ବ୍ରିଟିଶମାନେ ଯେଉଁ କାମ କରିପାରିଲେ ନାହିଁ, ତାହା ପ୍ରଧାନମନ୍ତ୍ରୀ ମୋଦି କରି ଦେଖାଇଛନ୍ତି। ଯେତେବେଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିଲି, ବର୍ତ୍ତମାନ ମୋର ବୟସ ୫୫ ବର୍ଷ। ଏହି ପ୍ରକଳ୍ପରୁ ଜମ୍ମୁ କଶ୍ମୀର ବହୁତ ଲାଭ ପାଇବ। ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ବହୁତ ଲାଭ ପାଇବେ। ଚେନାବ ବ୍ରିଜ୍‌ ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବ। ଏହି ସ୍ବପ୍ନ ଅନେକ ଦଶନ୍ଧି ଧରି ଦେଖାଯାଉଥିଲା। ବ୍ରିଟିଶମାନେ ମଧ୍ୟ ଏହି ସ୍ବପ୍ନ ଦେଖିଥିଲେ। କିନ୍ତୁ, ଯାହା ବ୍ରିଟିଶମାନେ ପୂରଣ କରିପାରି ନ ଥିଲେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ପୂରଣ ହୋଇଥିଲା।

ଓମର ଅବଦୁଲ୍ଲା ଆହୁରି କହିଛନ୍ତି, ଏହି ପ୍ରକଳ୍ପ ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବ। ଏହା ରାଜ୍ୟର ଚାଷୀମାନଙ୍କୁ, ବିଶେଷକରି ସେଓ ବ୍ୟବସାୟ କରୁଥିବା ଚାଷୀମାନଙ୍କୁ ବହୁତ ଲାଭ ଦେବ। ଏବେ କ୍‌ଶ୍ମୀରରେ ଚାଷ ହେଉଥିବା ସେଓ ଦେଶର ବିଭିନ୍ନ ଅଂଶରେ ସହଜରେ ପହଞ୍ଚିପାରିବ, ଯାହା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିବ। ଏହା କେବଳ ଆୟ ବୃଦ୍ଧି କରିବ ନାହିଁ ବରଂ ଯୁବକମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିବ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଦାବି କରିଥିଲେ।

The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା… appeared first on Dharitri Odia News.