ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ନଦୀମୁଠା ଅଞ୍ଚଳରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଜୟପୁରରୁ ପଦ୍ମପୁର ଯିବା ପାଇଁ ସଂଯୋଗୀକରଣ ବ୍ରିଜ, ଜୟପୁରଠାରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର, ଜୟପୁରରେ […] The post ରାସ୍ତା ନାହିଁ ତ ଭୋଟ ନାହିଁ appeared first on Dharitri Odia News.

ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ନଦୀମୁଠା ଅଞ୍ଚଳରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଜୟପୁରରୁ ପଦ୍ମପୁର ଯିବା ପାଇଁ ସଂଯୋଗୀକରଣ ବ୍ରିଜ, ଜୟପୁରଠାରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର, ଜୟପୁରରେ ନଳକୂପ ମରାମତି, ମାଙ୍କିଡି କେନ୍ଦୁ ନାଳ ଚେକ୍‌ଡ୍ୟାମରେ କେନାଲ ନିର୍ମାଣ, ଜୟପୁରଠାରୁ କିରାମା ପର୍ଯ୍ୟନ୍ତ ପକ୍କା ରାସ୍ତା, ଜୟପୁର କେଡିପଦରଠାରୁ ପଟେଗୁଡା ପର୍ଯ୍ୟନ୍ତ ପକ୍କା ରାସ୍ତା ଆଦି ବିଭିନ୍ନ ସମସ୍ୟା ରହିଛି।

ନଦିମୁଠା ଅଞ୍ଚଳର ଆଦିବାସୀ ଗରିବ ଲୋକମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏଣୁ ଏହିସବୁ ସମସ୍ୟାର ସମାଧାନ ପାଇଁ ଉପରୋକ୍ତ ଗ୍ରାମବାସୀ ଗୁରୁବାର ଏକ ବୈଠକ କରିଛନ୍ତି। ସମସ୍ୟାଗୁଡ଼ିକ ସମାଧାନ ନ ହେଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସେମାନେ ପ୍ରକାଶ କରିଛନ୍ତି। ବୈଠକରେ ଆରେନି ରାଇକା, ମିଖଲ ରଇତ, ଆୟୁସାନ ରାଇକା, ଆରମ୍ଭ ଦଳ ବେହେରା, ମାଥ୍ୟୁ ରଇତ, ଇସ୍ରାଏଲ ଦଳ ବେହେରା, ଅମର ସିଂ ରାଇକା, ନିବେଦକ ମାଥ୍ୟୁ ରଇତ ପ୍ରମୁଖ ଉପସ୍ଥିତ ଥିଲେ।

The post ରାସ୍ତା ନାହିଁ ତ ଭୋଟ ନାହିଁ appeared first on Dharitri Odia News.