ବାବାସାହେବ ଭୀମରାଓ ଆମ୍ବେଡକର ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୩: ବହୁ ପ୍ରତିକ୍ଷିତ ନବନିର୍ମିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ସୁବିଧା ସୁଯୋଗ ରହିଛି। ଯାତ୍ରୀଙ୍କ ରହଣି ପାଇଁ ବିଶ୍ରାମସ୍ଥାନ, ଲିଫ୍ଟ, ଏସ୍କାଲେଟର, ଏଟିଏମ୍ ସେବା, ପୋଲିସ ଆଉଟ୍ପୋଷ୍ଟ, ଫୁଡ୍କୋଟ, ଲଗେଜ୍ସ୍କାନର, ଶୌଚାଳୟ ସମେତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ବସ୍ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ରେଡିଓ […] The post ବାବାସାହେବ ଭୀମରାଓ ଆମ୍ବେଡକର ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧ା୩: ବହୁ ପ୍ରତିକ୍ଷିତ ନବନିର୍ମିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ସୁବିଧା ସୁଯୋଗ ରହିଛି। ଯାତ୍ରୀଙ୍କ ରହଣି ପାଇଁ ବିଶ୍ରାମସ୍ଥାନ, ଲିଫ୍ଟ, ଏସ୍କାଲେଟର, ଏଟିଏମ୍ ସେବା, ପୋଲିସ ଆଉଟ୍ପୋଷ୍ଟ, ଫୁଡ୍କୋଟ, ଲଗେଜ୍ସ୍କାନର, ଶୌଚାଳୟ ସମେତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।
ବସ୍ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ରେଡିଓ ଫ୍ରିକ୍ୱେନ୍ସି ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ମଧ୍ୟ ଟ୍ରାଏଲ୍ ରନ୍ ହୋଇସାରିଛି। ବସ୍ ଟର୍ମିନାଲ୍ ଭିତରେ ମିଶନଶକ୍ତି କାଫେ, ମିଲେଟ୍ଶକ୍ତି କାଫେ ଓ ଆହାରକେନ୍ଦ୍ର ହୋଇଛି।
The post ବାବାସାହେବ ଭୀମରାଓ ଆମ୍ବେଡକର ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.