ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ଏକ ବୃହତ୍‌ କ୍ଷତି ସହିଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୭୪ ଲକ୍ଷ କୋଟି ଥିଲା। ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୯.୭୮ଲକ୍ଷ କୋଟି […] The post ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି appeared first on Dharitri Odia News.

ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ଏକ ବୃହତ୍‌ କ୍ଷତି ସହିଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୭୪ ଲକ୍ଷ କୋଟି ଥିଲା। ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୯.୭୮ଲକ୍ଷ କୋଟି ହ୍ରାସ ହୋଇ ୪୬୫ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାରର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ବଡ ହ୍ରାସ ଘଟିଛି। ଏପରିକି ୩୦ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୧୮୦୦ ପଏଣ୍ଟ ହ୍ରାସ ଘଟି ୮୨,୪୩୩ ଅଙ୍କାରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟ-୫୦ରେ ମଧ୍ୟ କାରବାର ୨.୧୯% କମି ୨୫,୨୩୧ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ମିଡ୍‌କ୍ୟାପର କାରବାର ୨.୨୭% ଏବଂ ସ୍ମଲକ୍ୟାପର କାରବାରରେ ୧.୮୪ % ହ୍ରାସ ଘଟିଛି।
ସେହିଭଳି ନିଫ୍ଟି ମିଡ୍‌କ୍ୟାପ କାରବାର ୨.୨୧% କମି ୫୯,୦୨୪.୭୦ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୧.୯୨% ହ୍ରାସ ଘଟି ୯୧୧୦.୦୫ ଅଙ୍କରେ ପହଞ୍ଚତ୍ଛି। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୨.୦୪% କମି ୫୧,୮୪୫.୨୦ ଅଙ୍କରେ କାରବାର ବନ୍ଦ ହୋଇଥିଲା।

The post ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି appeared first on Dharitri Odia News.